STORYMIRROR

Sarojini Mishra

Abstract

3  

Sarojini Mishra

Abstract

ରଙ୍ଗ ପସରା

ରଙ୍ଗ ପସରା

1 min
123

       


ବସନ୍ତ ଆସିଛି ବାସନ୍ତୀ ରଙ୍ଗରେ

ଧରାରେ ରଙ୍ଗ ଫୁଆରା

ଧରଣୀ ରାଣୀ ଯେ ଧରି ବସିଅଛି

ହାତରେ ରଙ୍ଗ ପସରା ।


ସବୁଜ ଗାଲିଚା ସବୁଜ ତୋରଣ

ରଙ୍ଗର ଫୁଲ ପସରା

ଆମ୍ର ବକୁଳ ର ମତୁଆଲା ବାସ୍ନା

କୁହୁ ତାନେ ଭରା ଧରା ।


ହଳଦୀ ବସନ୍ତ ବିଭୋର ହେଉଛି

ମାତୃତ୍ଵର ରଙ୍ଗ ବୋଳି

ପ୍ରକୃତି ରାଣୀର ରଙ୍ଗର ପସରା

ଦେଉଛି ଆନନ୍ଦ ଢ଼ାଳି ।


ମଧୁ ମଳୟର ଜୁଆର ଛୁଟଇ

ଆସିଛି ରଙ୍ଗର ପର୍ବ

ରଙ୍ଗ ଅବୀରର ପସରା ମେଲାଇ

ଆସିଛି ଦୋଳ ପରବ ।


ରଙ୍ଗ ପସରାରେ ପ୍ରେମର ମହକ

ରାଧା କୃଷ୍ଣ ଦୋଳ ଜାତ

ଦୋଳ ବେଦୀ ହସେ ଗାଁ ଦାଣ୍ଡ ହସେ

ବୋଳି ହୋଇ ପ୍ରୀତି ରଙ୍ଗ ।


ହିଂସା, ଦ୍ୱେଷ ଭଳି କଳା ରଙ୍ଗ ଆଜି

ହଜାଇଛି ତାର ସତ୍ତା

ରଙ୍ଗ ପସରା ର ସାତ ରଙ୍ଗ ମିଶି

ବାଣ୍ଟୁଛି ଆନନ୍ଦ ବତ୍ତା ।


ଏ ରଙ୍ଗ ପସରା ଧରାକୁ ସଜାଉ

ଲିଭି ଯାଉ ହିଂସା ଦ୍ଵେଷ

ପ୍ରୀତି ରଙ୍ଗେ ଭରୁ ଏ ନବ ଦିଗନ୍ତ

ମନେ ଜାଗୁ ନୂଆ ଆଶ ।


ରଙ୍ଗ ପସରା କୁ ହାତେ ହାତେ ଧରି

ଗୋବିନ୍ଦ ଶ୍ରୀରାଧା ସଙ୍ଗେ

ପ୍ରକୃତି ରଙ୍ଗରେ ହୋଲି ର ପରବ

ହୋଲିକା ଦାହ ସୂଚାଏ ।


ଜୀବନକୁ ଚାଲ ସଜାଇବା ଆମେ

ସାତୋଟି ରଙ୍ଗକୁ ଦେଇ

ମନ ତଳୁ ଯେତେ କଳା ରଙ୍ଗ ଅଛି

ଚାଲରେ ଦେବା ଫୋପାଡି ।

     


Rate this content
Log in

Similar oriya poem from Abstract