STORYMIRROR

LALIT MOHAN DASH

Abstract Inspirational

3  

LALIT MOHAN DASH

Abstract Inspirational

ବିଶ୍ୱ କବିତା ଦିବସ

ବିଶ୍ୱ କବିତା ଦିବସ

1 min
191


କବି ଟିଏ ମୁହିଁ ସାଧା କାଗଜରେ

     କବିତା ଯେବେ ମୁଁ ଲେଖେ

ମନ ଝରକାରେ କିଏ ସେ କେଜାଣି

     ହାତ ଠାରି ମୋତେ ଡାକେ

           ହାତ ଠାରି ମୋତେ ଡାକେ

               ହାତ ଠାରି ମୋତେ ଡାକେ


ସପନରେ ଆସେ ସପନରେ ଯାଏ

         ଗୋପନେ ଈଶାରା ଦିଏ

ଭାଷା ଭାବ ନୁହେଁ ଆଖିରେ ଆଖିରେ

         କେତେ କଥା କହି ଯାଏ


        ଯୌବନ ଘାଟରେ

        ପିରତି ହାଟରେ

        ଦିବା ନିଶି ଏହି ଜୀବନ ବାଟରେ 

        ପ୍ରେମର ସଉଦା ବିକେ 


ହାତ ଠାରି ମୋତେ ଡାକେ

         ହାତ ଠାରି ମୋତେ ଡାକେ

               ହାତ ଠାରି ମୋତେ ଡାକେ


କବି ଟିଏ ମୁହିଁ ତୁମ ପୃଥିବୀର

            କବିତା ଦି ଧାଡି ଲେଖେ

ଫୁଲ ପ୍ରଜାପତି ନଦୀ ଓ ସାଗର

             କଳ୍ପନା ନେତ୍ରରେ ଦେଖେ


         ତୁମ ପାଶେ ଥାଏ

         ଧରା ମୁଁ ନ ଦିଏ

         ଶବ୍ଦ ର ଧାଡିରେ

         ଲୁଚି ରହିଥାଏ


ଆନନ୍ଦର ଫଲଗୁ ଭରି ଦିଏ ସିନା

             ଦୁଃଖୀ ମଣିଷର ବୁକେ


ହାତ ଠାରି ମୋତେ ଡାକେ

         ହାତ ଠାରି ମୋତେ ଡାକେ

             ହାତ ଠାରି ମୋତେ ଡାକେ


ମରୁ ବାଲି ରେ ମୁଁ ଝରାଏ ଝରଣା

             ପର୍ବତେ ଫୁଟାଏ କଇଁ

ପଥର ଛାତିରେ ଫୁଟାଏ ଯୌବନ

             ଖରା ରେ ଆଣେ ମୁଁ ଛାଇ


         ହରି ଅବଶୋଷ

         ଫୁଟାଏ ମୁଁ ହସ

         ଫୁଲ ଟିଏ ପରି

         ବିତରେ ସୁବାସ 


ପ୍ରେମ ମତୁଆଲା ମଣିଷ ଟି ସିନା

            ପିରତି ମଦିରା ଚାଖେ


ହାତ ଠାରି ମୋତେ ଡାକେ

         ହାତ ଠାରି ମୋତେ ଡାକେ

                ହାତ ଠାରି ମୋତେ ଡାକେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract