ବିଶ୍ୱ କବିତା ଦିବସ
ବିଶ୍ୱ କବିତା ଦିବସ
କବି ଟିଏ ମୁହିଁ ସାଧା କାଗଜରେ
କବିତା ଯେବେ ମୁଁ ଲେଖେ
ମନ ଝରକାରେ କିଏ ସେ କେଜାଣି
ହାତ ଠାରି ମୋତେ ଡାକେ
ହାତ ଠାରି ମୋତେ ଡାକେ
ହାତ ଠାରି ମୋତେ ଡାକେ
ସପନରେ ଆସେ ସପନରେ ଯାଏ
ଗୋପନେ ଈଶାରା ଦିଏ
ଭାଷା ଭାବ ନୁହେଁ ଆଖିରେ ଆଖିରେ
କେତେ କଥା କହି ଯାଏ
ଯୌବନ ଘାଟରେ
ପିରତି ହାଟରେ
ଦିବା ନିଶି ଏହି ଜୀବନ ବାଟରେ
ପ୍ରେମର ସଉଦା ବିକେ
ହାତ ଠାରି ମୋତେ ଡାକେ
ହାତ ଠାରି ମୋତେ ଡାକେ
ହାତ ଠାରି ମୋତେ ଡାକେ
କବି ଟିଏ ମୁହିଁ ତୁମ ପୃଥିବୀର
କବିତା ଦି ଧାଡି ଲେଖେ
ଫୁଲ ପ୍ରଜାପତି ନଦୀ ଓ ସାଗର
କଳ୍ପନା ନେତ୍ରରେ ଦେଖେ
ତୁମ ପାଶେ ଥାଏ
ଧରା ମୁଁ ନ ଦିଏ
ଶବ୍ଦ ର ଧାଡିରେ
ଲୁଚି ରହିଥାଏ
ଆନନ୍ଦର ଫଲଗୁ ଭରି ଦିଏ ସିନା
ଦୁଃଖୀ ମଣିଷର ବୁକେ
ହାତ ଠାରି ମୋତେ ଡାକେ
ହାତ ଠାରି ମୋତେ ଡାକେ
ହାତ ଠାରି ମୋତେ ଡାକେ
ମରୁ ବାଲି ରେ ମୁଁ ଝରାଏ ଝରଣା
ପର୍ବତେ ଫୁଟାଏ କଇଁ
ପଥର ଛାତିରେ ଫୁଟାଏ ଯୌବନ
ଖରା ରେ ଆଣେ ମୁଁ ଛାଇ
ହରି ଅବଶୋଷ
ଫୁଟାଏ ମୁଁ ହସ
ଫୁଲ ଟିଏ ପରି
ବିତରେ ସୁବାସ
ପ୍ରେମ ମତୁଆଲା ମଣିଷ ଟି ସିନା
ପିରତି ମଦିରା ଚାଖେ
ହାତ ଠାରି ମୋତେ ଡାକେ
ହାତ ଠାରି ମୋତେ ଡାକେ
ହାତ ଠାରି ମୋତେ ଡାକେ।