ଛଦ୍ମ ବଜାର
ଛଦ୍ମ ବଜାର
ଆଞ୍ଜୁଳାଏ ସ୍ବପ୍ନକୁ ନେଇ
ଏ ଭଲ ଲୋକି ବଜାରରେ
ଆସିଥିଲି ସ୍ବପ୍ନକୁ ସଜାଡିବି ବୋଲି ᱾
ଟିକିଏ ମୂଲ ଚାଲରେ ଜଣାପଡେ
ତରାଜୁ ବଟକରା ଗରାଖ ବଣିକ
ସବୁ ଏଠି ଛଦ୍ମବେଶୀ ᱾
ପ୍ରତିଟି ପଥେ ହୁଏ ପଦାଘାତ
ସ୍ବପ୍ନ ଦେଖିବା ସତେକି ଥିଲା
ନିର୍ବୋଧତା ଅବା ଅପରାଧ ᱾
ଏଠି ସ୍ବପ୍ନ ସାଉଁଟୁ ସାଉଁଟୁ
ଆଜି ମୁଁ ପାଲଟି ଯାଇଛି
ବଜାରର ବିକ୍ରୟ ବସ୍ତୁ ᱾
କେତେ କେତେ ଚାଟୁକାର
କେତେ ଖୋସାମତିଆ
ସାଜିଛନ୍ତି ଆଜି ବଜାର ମୁନିବ ᱾
ଲୁଟି ନିଅନ୍ତି ନିତି ଏଠି
ଛଳ କପଟରେ
ମୋ ଆତ୍ମା ଆଉ ସ୍ବାଭିମାନ ᱾