ଇନ୍ଦ୍ରଧନୁ
ଇନ୍ଦ୍ରଧନୁ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ମାେତେ ଇନ୍ଦ୍ରଧନୁ ଭଲଲାଗେ
ସାତଟି ରଙ୍ଗର ଇନ୍ଦ୍ରଧନୁ
ସେଠି ନାରଙ୍ଗୀ ବି ଥିବ
ଧଳା ବି ଥିବ ସବୁଜ ବି ଥିବ
ଗାଢ କଳା ରଙ୍ଗ ବି ଥିବ |
ଖାଲି ନାରଙ୍ଗୀ ନୁହେଁ
କି ଖାଲି ସବୁଜ ନୁହେଁ
ସବୁ ରଙ୍ଗର ମିଶା ମିଶି
ଏମିତି ମିଶା ମିଶି
ଯେମିତି ବହୁତ ସୁନ୍ଦର ଦିଶୁଥିବ |
ସେ ରଙ୍ଗ ଭିତରେ ଦ୍ବେଷ ନଥିବ
କିନ୍ତୁ ସବୁ ରଙ୍ଗ ଚମକୁଥିବ
ଏମିତି ଚମକୁ ଥିବ
ଗୋଟିଏ ରଙ୍ଗ ଆଉ ଗାେଟିଏ ରଙ୍ଗକୁ
ଆନନ୍ଦରେ ଅଭିବାଦନ କରୁଥିବ |
ରଙ୍ଗ ରଙ୍ଗ ସହ ମିଶିଗଲେ
ଚମତ୍କାର ରଙ୍ଗଟିଏ ହେଇଯାଉଥିବ
ରଙ୍ଗସବୁ ନିଜ ନିଜ ଭିତରେ
ମିଶି ପାରୁଥିବେ ହଜିଯାଉଥିବେ
ରଙ୍ଗ ସବୁ ନୂଆ ଗୀତ ଗାଉଥିବେ |
ଥାଉ ଆକାଶକୁ ତୀର ମାରନି
ସବୁ ରଙ୍ଗ ସୁନ୍ଦର ଦିଶୁଛି
କୌଣସି ରଙ୍ଗକୁ ଖସେଇଦିଅନି
ମୋତେ ସବୁ ରଙ୍ଗ ଭଲ ଲାଗେ
ମୋତେ ଇନ୍ଦ୍ରଧନୁ ଭଲ ଲାଗେ |