STORYMIRROR

R Ashwani Banjan Murmu

Abstract Others

3  

R Ashwani Banjan Murmu

Abstract Others

କୃଷ୍ଣଚୂଡା

କୃଷ୍ଣଚୂଡା

1 min
443

କେଉଁ ଅଭିଶାପେ

ସାଜ ତୁମେ ପ୍ରିୟତମା,

ଶତ ପୁରୁଷର ଶତ ହୃଦେ

କୃଷ୍ଣଚୂଡାର ଫୁଲ


କୈଶୋରର କିଶଳୟରୁ

ଯୌବନର ଦ୍ରୁମରେ,

କେଉଁ ଭଅଁର କୁହୁକ ଗାନ

କରିଛି ତୁମକୁ ମୋହ


ସେ ଅନ୍ଧାର କାନନେ

କେଉଁ ପ୍ରାପ୍ତି ଆଶାରେ,

ମହ ମହ ପାଖୁଡା ତମ

ବାନ୍ଧିଦିଅ ଇନ୍ଦ୍ର ଜାଲେ


ଆଉ ମାଡିଚାଲ

ଅଫେରନ୍ତା ବାଟ,

ଯେଉଁଠୁ ଫେରିବା

ଗୋଟିଏ ଗୋଟିଏ ଭ୍ରମ


ମୁଁ ଜାଣେ ପ୍ରିୟତମା

ତୁମ ହଜିବାର ପଥ,

ଦିନେ ଶେଷ ହେବ

ଯେବେ ସରିଯିବ ଯୌବନ


ମନରେ ଉକୁଟି ଉଠିବ

ଶତ ଶତ ପ୍ରଶ୍ନ,

ଆଉ ଅତୀତ ଲାଗିବ

ଅଭିଶପ୍ତ ଭରା ଜୀବନ


ସେତେବେଳେ ମୁଁ ଥିବି

ଯୌବନର ଶେଷ ପଥପ୍ରାନ୍ତେ,

ସାଉଁଟି ନେବାକୁ ନିଶୁନ ହୃଦୟ

ଦେବାକୁ ମଳିନ ମୁହଁରେ ହସ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract