କିଛି ଦିନ ଶ୍ରମିକ ହେଇଯିବା
କିଛି ଦିନ ଶ୍ରମିକ ହେଇଯିବା
ଚାଲ କିଛି ଦିନ ଶ୍ରମିକ ହେଇଯିବା
ଠିକା ଶ୍ରମିକ ନ ହେଲେ ଦାଦନ
ନିଜ ରାଜ ଉଆସର ଶୀତଳତା
ଛାଡି କିଛି ଦିନ ଅପନ୍ତରା ଇଲାକାରେ ଜିଁବା
କିଛିଦିନ ଉପାସରେ ବି ଜିଁବା
ଅନ୍ତତ ଦିନକୁ ଦି ଓଳି
ଆତ୍ମୀୟ ଠାରୁ ଖୁବ ଦୂରରେ
ଏକଦମ୍ ଏକାନ୍ତ ନିର୍ବାସନରେ ᱾
କିଛିଦିନ ପିନ୍ଧିବା ପାଇଁ ନ ଥାଉ
ଦେହକୁ କିଛିବି ସମ୍ମାନନୀୟ
ଚିରା ପୁଙ୍ଗୁଳା ଉନ୍ମୁକ୍ତ ଉଦର
ସହିଯିବା କିଛିଟା ଉପହାସ ᱾
ହାତ ପାହାନ୍ତାରେ ନ ଥାଉ
କିଛିବି କିଣିନେବାର କ୍ଷମତା
ହେଉ ହାତ ପତେଇବାର ଅଭ୍ୟାସ
ଆଉ କାହା ଅନୁଗ୍ରହ ତଳେ ᱾
କିଛିଦିନ ଚାଲିଥାଉ ଜୀବନ
ଏମିତି ଫୁଟପାଥର ଶେଜରେ
ହେଇଯାଉ ନିଶ୍ଚିହ୍ନ ସବୁ ପ୍ରଭେଦ
ଦିନ ରାତି ମଣିଷ ଆଉ ସ୍ବାନର ᱾
କିଛିଦିନ ପାଇଁ ବିସ୍ମୃତି ଯାଉ
ଯେତେ ସବୁ ଗୌରବ ଗରିମା
ଲଲାଟର ଯେତେ ସବୁ ଲାଲିମା
ଚାଲ କିଛିଦିନ ଶ୍ରମିକ ହେଇଯିବା ᱾