ମକର ସଂକ୍ରାନ୍ତିରେ ଗୁଞ୍ଜେ ଶ୍ରୀରମ
ମକର ସଂକ୍ରାନ୍ତିରେ ଗୁଞ୍ଜେ ଶ୍ରୀରମ
ହୋଇଲା! ଆରମ୍ଭ ମାଘମାସ
ବହୁଛି ପିଠାପଣାର ଯେ ବାସ।
ସୂର୍ଯ୍ୟଙ୍କର ଉତ୍ତରାୟଣ ଆଜି
ଆସିଛି ମର୍ତ୍ତ୍ୟେ ଶୁଭକର୍ମ ସାଜି
ବୈକୁଣ୍ଠପୁର ମିଳିଲା ଭୀଷ୍ମଙ୍କୁ
ମକର ସଂକ୍ରାନ୍ତି ଦିନ ତାହାଙ୍କୁ !
ମକର ସଂକ୍ରାନ୍ତୀ ପାବନ ପର୍ବ
ନୂଆ ଅନୁଭୂତି ନୂଆ ଉତ୍ସବ
ନୂତନ ନୂଆ ବସ୍ତ୍ର ପରିଧାନ
ଗୁଞ୍ଜୁଛି ବ୍ରହ୍ମାଣ୍ଡେ ରାମ ଗୁଞ୍ଜନ !
ପ୍ରାଣ ପ୍ରତିଷ୍ଠା ଯେ ପ୍ରଭୁ ରାମଙ୍କ
ଏନେତ୍ର ଦେଖିବ ପ୍ରଭୁ ଶ୍ରୀଅଙ୍ଗ
ସଂଘର୍ଷର ଅଟେ ଟି ଶୁଭଫଳ
ଦର୍ଶନ ପାଇଁ ଜନତା ବ୍ୟାକୁଳ !
ମକର ସଂକ୍ରାନ୍ତିହେ ମର୍ତ୍ତ୍ୟ ଧାମ
ଶୁଭୁଛି ରାମଙ୍କ ନାମ ଭଜନ
ଆନନ୍ଦ ଉଲ୍ଲାସ ଟି ଚତୁର୍ଦ୍ଦିଗ
ମନ୍ଦିରେ ବାଜୁଛି ଘଣ୍ଟା ମୃଦଙ୍ଗ!
ମକର ସ୍ନାନ ଟି ପ୍ରଭାତ କାକର
ରାମ ନାମ ଝରେ ଅମୃତ ଝର
ଗୁଞ୍ଜି ଉଠୁଛି ଅମୃତ ଏ ବାଣୀ
ହେଉଛଯେ ଧନ୍ୟ ଶୁଣି ଧରଣୀ !
ମହିଳା କରନ୍ତି ସୂର୍ଯ୍ୟଙ୍କ ବ୍ରତ
ରଖି ଥାନ୍ତୁ ଭଲେ ସନ୍ତାନ ପୁତ
ପୁଣି ଭକ୍ତିରେ ରାମଙ୍କୁ ପୂଜନ୍ତି
ନାମେ ଦୀପ ଟିଏ ଜାଳି ଦିଅନ୍ତି !
ମକର ପର୍ବ ପ୍ରେମ ପ୍ରୀତି ଶ୍ରଦ୍ଧା
ରାମଙ୍କ ଭକ୍ତିରେ ଯୁବାରୁ ବୃଦ୍ଧା
ଅମୃତ ଏ କାଳ ମର୍ତ୍ତ୍ୟେ ଆସିଛି
ତିଥି ଯେ ବାଇଶି ହୃଦେ ଗୁଞ୍ଜୁଛି !
ଅଭିନନ୍ଦନ ମୋ ରାମ ଭକ୍ତଙ୍କୁ
ଅଭିନନ୍ଦନ ମୋ ରାଷ୍ଟ୍ର ଜନଙ୍କୁ
ମଙ୍ଗଳମୟଯେ ହେଉ ଦେଶର
କରୁଣା କର ବ୍ରହ୍ମାଣ୍ଡ ଈଶ୍ଵର !
