ପଠାଣି ସାମନ୍ତ ଚନ୍ଦ୍ରଶେଖର
ପଠାଣି ସାମନ୍ତ ଚନ୍ଦ୍ରଶେଖର
ଶ୍ୟାମ ବନ୍ଧୁ ବିଷ୍ଣୁମାଳୀ ଙ୍କର ପୁତ୍ର
ଯୋଗ୍ୟ ବିଜ୍ଞାନୀ ସନ୍ତାନ
ଉପମା କିଦେବି ହେ ଚନ୍ଦ୍ରଶେଖର
ତୁମେ ଅଟ ଯେ ମହାନ ।
ନୟାଗଡ଼ ଖଣ୍ଡପଡ଼ାରେ ତୁମେ
ହୋଇ ଥିଲ ଜନମ
ଜ୍ୟୋତିର୍ବିଦ୍ୟା ବୃତ୍ତି ଥିଲା ଯେ
ଚିନ୍ତା କି ଅନୁପମ ।
ଚନ୍ଦ୍ରଶେଖର ସିଂହ ଥିଲା ପରା
ପ୍ରଥମ ନାମ ତୁମର
ପଠାଣି ସାମନ୍ତ ନାମେ ଯୋଡ଼ି ହେଲା
ଗର୍ବ ହୋଇଲ ଦେଶର ।
ଜ୍ୟୋତିଷ ବିଦ୍ୟାରେ ଅଗ୍ରଣୀ ପରା
ମହାମହୋପାଧ୍ୟାୟ
କାଠି ଖଣ୍ଡ ଟିରେ ନଳୀ ଟିଏ ଦେଇ
ଲଗାଇଥିଲ ଯେ ଲୟ ।
ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ରାଶି ନକ୍ଷତ୍ରର
ନିର୍ଭୁଲ ଗଣନ କାରୀ
ଦୈନିକ, ବାର୍ଷିକ,ଆବର୍ତ୍ତ ଗତିକୁ
କୁହନ୍ତି ସଠିକ୍ କରି ।
ତାଙ୍କ ପରୀକ୍ଷଣେ ଥିଲେ ସିଦ୍ଧହସ୍ତ
ନିର୍ଭୀକ ଚନ୍ଦ୍ର ଶେଖର
ଗ୍ରହ, ନକ୍ଷତ୍ରର ଗତିବିଧି ମାପି
ଲେଖୁଥିଲେ ଯେ ତତ୍ପର ।
ସୂର୍ଯ୍ୟପରାଗ ଓ ଚନ୍ଦ୍ର ଗ୍ରହଣର
ଅବଧି ଯେ ନିରୁପଣ
କରି କହୁଥିଲେ ପଣ୍ଡିତ ପଠାଣୀ
ଧନ୍ୟ ତାଙ୍କର ବିଜ୍ଞାନ ।
ମାନ ଯନ୍ତ୍ର କାଠି ନଳୀ ସାହାଯ୍ୟରେ
ମାପୁଥିଲେ ଗ୍ରହ ତାରା
ସଠିକ ଉଚ୍ଚତା ନିର୍ଣ୍ଣେୟରେ ଥିଲେ
ଧୁରୀଣତାର ନିଆରା ।
ପ୍ରଚଣ୍ଡ ଜ୍ଞାନର ଅଧିକାରୀ ଥିଲେ
ଜ୍ୟୋତିଷ ଶାସ୍ତ୍ର ପଣ୍ଡିତ
କାଠି ନଳୀ ପରୀକ୍ଷଣେ ହୋଇଥିଲେ
କେତେ କେତେ ହାସ୍ୟାସ୍ପଦ ।
ନିର୍ଭୁଲ ସମୟ ନିର୍ଣ୍ଣାୟକ ଯନ୍ତ୍ର
ସୂର୍ଯ୍ୟଘଡି ସୃଷ୍ଟି କଲେ
ସିଦ୍ଧାନ୍ତ ଦର୍ପଣ ରଚନା କରି ଯେ
ସିଦ୍ଧାନ୍ତର ଜ୍ଞାନ ଦେଲେ ।
ସାରା ବିଶ୍ଵେ ଆଜି ବିଦିତ ସାମନ୍ତେ
ଆମ ଓଡ଼ିଶା ସୁପୁତ୍ର
ବିଜ୍ଞାନ ଆକାଶେ ସିଏ ଆଦ୍ୟ ଜ୍ୟୋତି
ପ୍ରିୟ ପଠାଣି ସାମନ୍ତ ।
ହେ ବିସ୍ମୟ ଜ୍ୟୋତି କରୁଛି ପ୍ରଣତି
ତୁମ ସ୍ମୃତି ଜୟନ୍ତୀରେ
ଜ୍ଞାନୀ ଗୁଣୀ ତୁମେ ପଠାଣି ସାମନ୍ତ,
ଗର୍ବ ଗୌରବ ଦେଶରେ ।
