STORYMIRROR

Ramani Kanta Sahu

Abstract

4.5  

Ramani Kanta Sahu

Abstract

ଯୁବ ଦିବସର ସଂକଳ୍ପ

ଯୁବ ଦିବସର ସଂକଳ୍ପ

1 min
33

                 

ଯୁବ ଦିବସର ପବିତ୍ର ଅବସରରେ

ନିଅ ହେ ଶପଥ, ଯୁବଗଣ

“ମାନବ ସେବା ହିଁ ମାଧବ ସେବା”

ମାନବ ସେବାରେ ନିଜକୁ କର ସମର୍ପଣ।


ସ୍ଵାମୀ ବିବେକାନନ୍ଦଙ୍କ ଆଦର୍ଶରେ

ହୁଅ ଅନୁପ୍ରାଣିତ

ଜ୍ଞ୍ଜାନାଳୋକେ ତାଙ୍କ ହୋଇ ଅଗ୍ରସର

ଭାରତୀୟ ସଂସ୍କୃତି, ପରମ୍ପରା କୁ

କରାଅ ବିଶ୍ବବିଦିତ ।


ଶିକ୍ଷା ହଉ ବା ରାଜନୀତି

ପ୍ରତିରକ୍ଷା ହଉ ବା ଦେଶ ସେବା

କର୍ମ ପଥେ ସଦା ରଖ ନିଷ୍ଠା

କର୍ଣ୍ଣଧାର ହୁଅ ଦେଶ ବିକାଶର

ଦେଖାଇଦିଅ ଯୁବଶକ୍ତିର ପରାକାଷ୍ଠା ।


ଦୃଢକର ଅର୍ମବିଶ୍ଵାସ, ଜାଗ୍ରତକର ଅନ୍ତର୍ନିହିତ ଶକ୍ତି

ଆଗେଇ ଚାଲ ଲକ୍ଷ୍ୟ ପଥରେ

ସଫଳତା ପାଇବ ନିଶ୍ଚୟ,ଏହା ହିଁ ବିଶ୍ଵାସ ମୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract