STORYMIRROR

Ramani Kanta Sahu

Classics

4  

Ramani Kanta Sahu

Classics

ପୁସ୍ ପୁନି

ପୁସ୍ ପୁନି

1 min
12



ପଶ୍ଚିମ୍ ଓଡ଼ିଶାର୍ ବଡ଼୍ ପରବ୍ ଆଏ ପୁସ୍ ପୁନି ତିହାର୍
ବରଷ ଟାକେ ଥରେ ପୁସ୍ ମାସର୍ ପୁନି ଥି ଆଏସି ଇ ତିହାର୍।

ଖାଇପିଇ, ମଉଜ୍ ମନାବାର୍ ପରବ୍ ଆଏ ପୁସ୍ ପୁନି
ପଏସା ପତର୍ ରଖିଥିସନ୍, ଆନ୍ ବେ ବଲି ମାନ୍ ସ ଘିନି।

ମଡ଼ା, କାକ୍ ରା, ଅର୍ ସା, ସୁଆଁଲି, ପିଠା ଯେନ୍ ତା ରକମ୍ ରକମ୍
ଖସି, ଗର୍ ରା, ବର୍ ହା, କୁଟ୍ ରା,ମାନ୍ ସ ଭି କିସମ୍ କିସମ୍।

ପିଠାପନା ଆଉ ମାନ୍ ସ ଟିକେ ନାଇଁ ହେଲେ ନାଇଁ ହୁଏ ପୁସ୍ ପୁନି
ପିନ୍ଧ୍ ବାର୍ ଲାଗି ପଛେ ନାଇଁ ଥାଉ ଲେକ୍ ରି କାନି।

ତିହାର୍ ମାନ୍ ଲା ପରେ ଛେର୍ ଛେରା ମାଗ୍ ବାର୍ ଅଛେ ପରମ୍ ପରା
ଦେ ,ରେ ବୁଢୀ, ଛେର୍ ଛେରା କହି ବୁଲସନ୍ ପରା ପରା।

ଧାନ୍ ଚାଉଲ, ପଇସା ପତର୍ ଯାହା ଵି ଦେସନ୍ ଖୁସି ଥି
ଖାଇ ପିଇ କରି ଉଡାସନ୍ ଖୁସି ଥି।

କୃଷି ଭିତ୍ତିକ୍ ପରବ୍ ଆଏ ପୁସ୍ ପୁନି
ସଭେଯାକ ମନାସନ୍ ଇ ପରବ୍ ,କାଇଁ ଗରିବ୍ କାଇଁ ଧନୀ।

ମିଲିମିସି ରହେବାର୍ ,ଏକ୍ ତା ଭାବ୍ ଆନ୍ ସି ତିହାର୍ ବାହାର୍
ଆମର୍ ପରବ୍ ,ଆମର୍ ଗରବ୍ ,କହେସୁ ବାର୍ ବାର୍ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics