STORYMIRROR

Ramani Kanta Sahu

Classics

4.5  

Ramani Kanta Sahu

Classics

ଆଜିର ସମାଜରେ ନାରୀ 

ଆଜିର ସମାଜରେ ନାରୀ 

1 min
13



ସଂସାର କୁ ଆସିବା ପୂର୍ବରୁ 
ନିର୍ବାପିତ ହୋଇଯାଏ ଜୀବନ ଦୀପ 
ନିରୀହ ନିଶ୍ପାପ ଶିଶୁ କନ୍ୟାର 
ଶିକାର ହୁଏ ଭ୍ରୁଣ ହତ୍ୟାର ।

ଶୈଶବରେ ପାଦ ଦଉ ଦଉ 
ଖଡ଼ି ଓ ସିଲଟ ବଦଳରେ 
ହାତକୁ ଆସେ ଝାଡୁ ଓ ପୋଛାକନା 
ବାଦ୍ ପଡେନା ନିଷ୍ଠୁର ମାଲିକ ର ନିର୍ଯାତନା ରୁ 
ହଜିଯାଏ ଶୈଶବ ର ବସନ୍ତ ନିର୍ଯାତନା ର ଗ୍ରୀଷ୍ମରେ ।


କୈଶୋର ର ଚପଳତାରେ ନିଜକୁ ହଜାଇ ଦେବା ପୂର୍ବରୁ 
ହଜାଇବସେ ନିଜ ଅସ୍ତିତ୍ଵ 
ବାଦ୍ ପଡେନା ସେ କାମୁକ ର ଲୋଳୁପ ଦୃଷ୍ଟିରୁ 
ପ୍ରେମିକ ର ଛଳନା ରୁ 
 ଅଥବା ଚୋରା ଚାଲାଣ ରୁ

ଯଦି ଅବା ପହଞ୍ଚି ଯାଏ ଯୌବନକୁ 
ଏବଂ ବାନ୍ଧି ହୋଇଯାଏ ବିବାହ ବନ୍ଧନରେ 
ବଞ୍ଚି ପାରେନା ଯୌତୁକ ରାକ୍ଷସ କବଳରୁ 
ଜଳି ଯାଏ ଯୌତୁକ ଯୁଇ ରେ ।


ଘାତ ପ୍ରତିଘାତ ସତ୍ତ୍ୱେ 
ଯଦି ଅବା ପହଞ୍ଚି ଯାଏ ଜୀବନ ର ଶେଷ ପାହାଚ କୁ
ତଥାପି ମିଳେନି ଟିକିଏ ସହାନୁଭୂତି 
ଟିକିଏ ଆପଣାପଣ ,କି ଏକ ଦରଦୀ ହୃଦୟ 
ନିଜ ରକ୍ତ ସମ୍ପର୍କ ବି ନିଜକୁ ଅଲଗା କରିଦିଏ
ନିର୍ବାସିତ କରେ ଜରାଶ୍ରମ କୁ ।

ଜୀବନ ସୃଷ୍ଟିର ପ୍ରାରମ୍ଭରୁ 
ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ 
ପ୍ରତିଟି ପାହାଚରେ 
ନାରୀ ହୁଏ ନିର୍ଯାତିତ, ନିଶ୍ପେସିତ 
ଏବଂ ଚିର ଉପେକ୍ଷିତ 
ଆଜିର ପୁରୁଷ କୈନ୍ଦ୍ରିକ ସମାଜରେ ।

"ନାରୀ ପୁରୁଷ ସମାନ" ର ନାରା 
କିମ୍ବା" ବେଟି ବଚାଓ " ଆନ୍ଦୋଳନ 
ଅଥବା ଆମେରିକୀୟ କବି ଏଡ୍ ରିନ୍ ଙ୍କ କବିତା 
ନୀରର୍ଥକ ମନେହୁଏ 
ଜାଗ୍ରତ କରିବାରେ ଆଜିର ସମାଜରେ ମାନବିକତା ।

ଫେରାଇ ଆଣିବାକୁ ହେବ ପଥଭ୍ରଷ୍ଠ ମଣିଷର 
ନୈତିକତା, ମାନବିକତା ଓ ପୁରୁଷପଣିଆ 
ଚରିତାର୍ଥ ହୁଏନା ପୁରୁଷତ୍ଵ  
ଅତ୍ୟାଚାର, ବ୍ୟଭିଚାର ଓ ଅମାନୁଷିକତା ରେ
ଚରିତାର୍ଥ ହୁଏ ପୁରୁଷତ୍ୱ 
ନାରୀ ସମ୍ମାନରେ , ନାରୀ ସମ୍ମାନରେ ।


Rate this content
Log in

Similar oriya poem from Classics