STORYMIRROR

Ramani Kanta Sahu

Classics

3  

Ramani Kanta Sahu

Classics

କବିତା

କବିତା

1 min
4

 କବିତା କହେସି ସତ୍ କଥା
 କବିତା କହେସି ମନର୍ କଥା
 କବିତା କହେସି ସମାଜର୍ କଥା
 ସମିଆ ବାହାର୍ କରି , କବିତା ଗୁଟେ ପଢ଼ ।

 କବିତା ବଢାସି ପାଠକର୍ ଜ୍ଞାନ୍
 କବିତା ବଢ଼ାସି କବିର୍ ମାନ୍
 ସାହିତ୍ୟ ଥି କବିତା ର୍ ଉଁଚା ଠାନ୍
 କବିତା ପାଠ ଥି ଲଗ ଧ୍ୟାନ୍
 ସମିଆ ବାହାର୍ କରି, କବିତା ଗୁଟେ ପଢ଼ ।

 କବିତା ଭାଷା ଦେସି ଭାବ୍ ନା କେ
 କବିତା ସ୍ୱାନ୍ତନା ଦେସି ମନ୍ କେ
 କବିତା ରୂପ୍ ଦେସି କବିର୍ କଲ୍ପନା କେ
 କବିତା ବାଟ୍ ଦେଖାସି ସମାଜ୍ କେ
 ସମିଆ ବାହାର୍ କରି, କବିତା ଗୁଟେ ପଢ଼ ।

 କବିତା ଦୂର୍ କର୍ ସି ଏକଲାପନ୍
 କବିତା ମଜ୍ ବୁତ୍ କର୍ ସି ଭାବର୍ ବନ୍ଧନ୍
 କବିତା ଚେତାସି ମୁନୁଷର୍ ମୁନୁଷ୍ ପନ୍
 କବିତାର୍ ନାଇଁ ଥାଏ କେଭେ ମରନ୍
 ସମିଆ ବାହାର୍ କରି, କବିତା ଗୁଟେ ପଢ଼ ।


Rate this content
Log in

Similar oriya poem from Classics