STORYMIRROR

Ramani Kanta Sahu

Classics

4.5  

Ramani Kanta Sahu

Classics

କାହାକେ କହେମାଁ ଦୁଖ୍ ଆମର୍ 

କାହାକେ କହେମାଁ ଦୁଖ୍ ଆମର୍ 

1 min
17

   
ବରଷ୍ ଯାଏସି, ବରଷ୍ ଆଏସି 
ସରକାର ବଦିଲ୍ ସି , ଆର୍ ତାର୍ ସାଙ୍ଗେ ନିୟମ କାନୁନ୍ 
ଫେର୍ ବି ଯେନ୍ ଦଶା କେ ସେ ଦଶା ରାଏଜ୍ ଆମର୍ 
କାହାକେ କହେମାଁ ଦୁଖ୍ ଆମର୍ ।।

ବର୍ ଷା ନାଇଁ ହେବାର୍ ମର୍ ଡି ହେଉଛେ 
ରୁନ୍ ଶୁଝି ନାଇଁ ପାରି ଚାଷୀ ମରୁଛେ 
ଫିର୍ ବି ନାଇଁ ଶୁନ୍ ବାର୍ ସରକାର୍ 
କାହାକେ କହେମାଁ ଦୁଖ୍ ଆମର୍ ।।

ହୁ ହୁ ବଢ଼ୁଛେ ଜିନିଷ ଦରବର୍ ଦାମ୍
ପାଠ ପଢିଥିଲେ ବି ନାଇ ମିଲବାର କାମ୍ 
ଇ ମହରଗ୍ ଦୁନିଆଁ ଥି 
କେନତା ଗଢ଼ମାଁ ଜୀବନ୍ ଆମର୍ 
କାହାକେ କହେମାଁ ଦୁଖ୍ ଆମର୍ ।।

ଖାଏବାର୍ ପିଇବାର୍ ଦରବ୍ ସାଙ୍ଗେ 
ଉଷୋକଷା ବି ଭେଜାଲ୍ ହେଲା 
ଇ ଟା କାଏଁ ଯୁଗ୍ ଆଏଲା 
ଏନ୍ ତା ଦୁନିଆଁ ଥି କେନ୍ ତା ଜିଇମାଁ ଜୀବନ୍ ଆମର୍ 
କାହାକେ କହେମାଁ ଦୁଖ୍ ଆମର୍ ।।

ଚୁରି ଡକାଏତି ବଢୁଛେ ଦିନ୍ କେ ଦିନ୍ 
ଦିନ୍ ଦୁଇପହରେ ବି ହଉଛେ ଲୁଟ୍ 
ବିନ୍ ମେହେନତେ ପଏସା କମାବାର୍ ନିଶା ଲାଗିଛେ ଲୁକ୍ କର୍ 
କାହାକେ କହେମାଁ ଦୁଖ୍ ଆମର୍ ।।

ହଜିଗଲାନ ହଁସଖୁସ୍ ସୁଖ୍ ଶାନ୍ତିର୍ ସମାଜ୍ 
ଦିନ୍ କେ ଦିନ୍ ବଢ଼ୁଛେ ଅନିଏ ଅନୀତି ଆଉ ଅତ୍ୟାଚାର୍ 
କଥା କଥା ଥି ହନା କଟା ଆଉ ମଡର୍
ଇ ଟା ହଉଛେ ଆଜିର୍ ସଂସାର୍ 
କାହାକେ କହେମାଁ ଦୁଖ୍ ଆମର୍ ।।

ଛତି ବାଗିର୍ ଫୁଟୁଛେ କଲ୍ କାରଖାନା କେତ୍ ନି କେତେ 
ଶାଁସ୍ ନେବାର୍ ଲାଗି ଭଲ୍ ପବନ୍ ଟିକେ ହେଇଗଲାନ ଦୁକାଲ୍ 
ପରିବେଶ୍ ହେଇଗଲାନ ଜହର୍ 
କାହାକେ କହେମାଁ ଦୁଖ୍ ଆମର୍ ।।

ନେତା, ମନ୍ତ୍ରୀ କେଭେ କେଭେ ଦେଖାଦେସନ୍ 
ତାକର୍ କଥା ପୁରନ୍ କରୁନ୍ କରୁନ୍ 
ଆସିଯାଏସି ଆଉ ଗୁଟେ ଇଲେକ୍ ସନ୍ 
ଟାକି ଟାକି ପାଂଚ୍ ବରଷ୍ କଟିଯାଏସି ଆମର୍ 
କାହାକେ କହେମାଁ ଦୁଖ୍ ଆମର୍ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics