କେଶେଇବାହାଲ
କେଶେଇବାହାଲ
କୁଚିଣ୍ଡା ଓ ବାମରା ମଧ୍ୟରେ ଅଛି ଛୋଟ ଏକ ଗ୍ରାମୀଣ ସହର
ପ୍ରାକୃତିକ ଶୋଭାରେ ଭରପୁର, କେଶେଇବାହାଲ ନାମ ତାହାର ।
କଳା ମଚ ମଚ ଏସ୍ ଏଚ୍ ୨୪ ଲମ୍ବିଛି କୁଚିଣ୍ଡା ରୁ ବାମରା
ସାପ୍ତାହିକ ବଜାର ରେ ଦେଖିବାକୁ ମିଳେ ତାଜା ପରିବା ପସରା ।
ତାଜା ପନିପରିବା ମିଳେ ଏଠି ସୁଲଭ ଦରରେ
ପନି ପରିବା ଚାଷ ହୁଏ ଏଠି ଜୈବିକ ସାରରେ ।
ପୂର୍ବ ଦିଗେ ରକ୍ତିମା ଆଭାରେ ସୂର୍ଯ୍ୟୋଦୟ ଦିଶେ କେଡ଼େ ମନଲୋଭା
ମହୁଲଫୁଲ ର ଚାଦର ସହ ମନ ଲୋଭା ପଳାଶ ଫୁଲ ର ଶୋଭା ।
ପାଠ ପଢ଼ା ପାଇଁ ଅଛି ସରକାରୀ ସ୍କୁଲ୍ ସହ ପ୍ରାଇଭେଟ୍ ସ୍କୁଲ୍
ଯୁକ୍ତ ଦୁଇ ସ୍କୁଲ, ବାସୁଦେବ ଗୋଦାବରୀ ଡିଗ୍ରୀ କଲେଜ ସହ, ଗାୟତ୍ରୀ ସ୍କୁଲ୍ ।
ଦୋକାନ ବଜାର ଅନେକ ଏଠି, ସହଜେ ମିଳିଯାଏ ସବୁ ଜିନିଷ
ଛୁଞ୍ଚି ଦୋକାନ ଠୁଁ ଆରମ୍ଭ କରି ଅଛି ଶୋ ରୁମ୍ ଟି. ଭି . ଏସ
ବିମଳ ଦୋକାନ ର କଫି ଏବଂ ସୁମନ୍ ଦୋକାନ ର ଚାହା
ପିଇଥିବା ଲୋକ ଆଉ ଥରେ ପିଇବା ପାଇଁ ଦେଖୁଥାଏ ରାହା ।
ବସ୍ ଷ୍ଟାଣ୍ଡ ରେ ମିଳେ ନାରାୟଣ ଭାଇଙ୍କ ଔଷଧୀୟ ନାଳି ଚା,ଦେହକୁ ହିତକର
ମାତ୍ର ପାଞ୍ଚ ଟଙ୍କା ରେ ଷୋହଳ ଟି ଔଷଧିୟ ଉପାଦାନ ରେ ତିଆରି ଚା ତାଙ୍କର ।
ପ୍ରାତଃ ଭ୍ରମଣ ହଉ କି ସାନ୍ଧ୍ୟ ଭ୍ରମଣ ସୁଳୁସୁଲିଆ ପବନ ଦେହକୁ ହିତକର
ସ୍ୱଚ୍ଛ ପରିବେଶେ ସ୍ୱଚ୍ଛ ପବନରେ ଭ୍ରମଣ ହୁଏ ମନ ମୁଗ୍ଧକର ।
ବଞ୍ଚି ରହିଥାଉ ସବୁଦିନ କେଶେଇବାହାଲ ର ଏହି ପ୍ରାକୃତିକ ପରିବେଶ
ପ୍ରକୃତି କୋଳ ରେ କେଶେଇବାହାଲ ହସୁ ଥାଉ, ନଆସୁ କେବେ ଶିଳ୍ପାୟନ ର ବିଷ ।
