STORYMIRROR

Nrusingha Narayan Tripathy

Classics Others

4  

Nrusingha Narayan Tripathy

Classics Others

ରଙ୍ଗର ପରବ ହୋଲି

ରଙ୍ଗର ପରବ ହୋଲି

1 min
390


ରଙ୍ଗର ପସରା ହସ୍ତରେ ଧରି

ବରଷକ ଥରେ ଆସିଛି ହୁରି

ରଙ୍ଗ ପିଚିକାରୀ ଅବିର ଥଳି

ଗୀତ ବାଦ୍ୟଯନ୍ତ୍ରେ ଦାଣ୍ଡ ଗହଳି

ରଙ୍ଗର ପରବ

ରଙ୍ଗୀନ କରଇ ମନର ଭାବ l


ବସନ୍ତ ଋତୁରେ ହସେଇ ଧରା

ନବ ପଲ୍ଲବିତ ଯେ ବସୁନ୍ଧରା

ନାନା ରଙ୍ଗ ଗନ୍ଧେ ବକ୍ଷ ସଜାଏ 

ରାଧା କୃଷ୍ଣ ପ୍ରେମ ମନେ ପକାଏ

ଶ୍ରୀକୃଷ୍ଣ ଶ୍ରୀରାଧା

କୃଷ୍ଣ ପ୍ରେମେ ସଦା ପାଗଳ ରାଧା l


କୋଇଲିର ସ୍ୱରେ ପ୍ରଭାତ ହେଲା 

ନାଲି ର ରଙ୍ଗକୁ ରବି ଧରିଲା

ପୃଥିବି ପୃଷ୍ଠରେ ରଙ୍ଗ ବର୍ଷିଲା

ସାତୋଟି ରଙ୍ଗରେ ରଙ୍ଗୀନ ହେଲା

ପ୍ରକୃତି ପୁରୁଷ

ପ୍ରେମଯେ ସୃଷ୍ଟିର ପରା ରହସ୍ୟ l


ଫଗୁଣ ମାସରେ ଦୋଳ ଯାତରା

ଫଗୁ ଖେଳ ସାଥେ ଆନନ୍ଦେ ଧରା

ଗୋପାଳ ପୁଅଙ୍କ ଲଉଡ଼ି ଖେଳ

ରଙ୍ଗ ବୋଳା ବୋଳି ପ୍ରେମରେ ଗେଲ

ପ୍ରେମର ପ୍ରତୀକ

ରାଗ ରୋଷ ଛାଡି ସଭିଏଁ ଏକ l


ନାଚ ଗୀତ ବାଣ ଖୁସିରେ ମାତି

ଭୋଜିର ଆସର ଯେ ସାଙ୍ଗ ସାଥି

ଜଗନ୍ନାଥ ଆମ ଚାଚେରୀ ବେଶେ

ଦେଉଳ ଛାଡିକି ବେଦିରେ ବସେ

ସରାଗ ପରବ

ପବିତ୍ର ସଂସ୍କୃତି କରୁ ଗରବ l


Rate this content
Log in

Similar oriya poem from Classics