STORYMIRROR

Prafulla Chandra Mishra

Classics Inspirational

3  

Prafulla Chandra Mishra

Classics Inspirational

ବଞ୍ଚିବାର କୌଶଳ

ବଞ୍ଚିବାର କୌଶଳ

1 min
193


ଜୀବନ ଜୀଇବା କଉଶଳ ଯେବେ ନଯାଣି ସଂସାର ପଥେ

ପାଦ ରଖି ଦେଲେ ଦୁଃଖ ହିଁ ଦୁଃଖ, ରେ ଭୋଗିବାକୁ ପଡେ ଯେତେ

ଦୁଃଖେ ବିପଦରେ କାତରତା ଭାବ ମନରେ ଉଦ୍ରେକ ହୁଏ

ନବୁଝି, “ଭାଗ୍ୟକୁ ଅବା ଈଶ୍ୱର” ଙ୍କୁ ଦୋଷ ଦେଇ ଚିଲିଥାଏ ।।


ଦୁଃସ୍ଥିତି କୁ ଯେବେ ତୁ ସକାରାତ୍ମକ ଭାବି ସ୍ଵାଭାବିକ ଭାବେ

ଗ୍ରହଣ କରିବୁ, ସଂସାର ପଥରେ ଦୁଃଖ ନ ଆସିବ ଲବେ

ଦୁନିଆଁ ପଥରେ ଅନେକ ଜଂଜାଳ ସମ୍ମୁଖୀନ ହୋଇ ଥରେ

ଆଗେଇ ଚାଲିଲେ ସଫଳ ଜୀବନ କାଟୁଥିବୁ ଦୁନିଆଁ ରେ ।।


ଅଦୃଷ୍ଟ ରେ କାଳ ଖେଳ କରେ ଯାହା ଧାତା ଲିହିଛି କପୋଳେ 

ଯେତେ ବାଧା ବିଘ୍ନ ଏଡେଇ ଚାଲିଲେ ସୁଫଳ ନିଶ୍ଚୟ ମିଳେ

ଏ ଜୀବନ ପରା ଦେବଦୁର୍ଲ୍ଲଭ ରେ ଅସହାୟ ନୁହଁ ତୁହି

ତୋ ପାଇଁ ସଂସାରେ ଅମୂଲ୍ୟ ରତନ ଖଞ୍ଜି ଦେଇଅଛି ବିହି ।।


ସଂସାର ଗତି ରେ ଦୁନିଆଁ କୁ କେବେ ବଦଳାଇ ହେବନାହିଁ

ନିଜ ଆଭିମୁଖ୍ୟ ବଦଳାଇ ଦିଅ ଖୁସିରେ ବଞ୍ଚିବା ପାଇଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics