ଜୟ ଜୟ ରାଧାରମଣ
ଜୟ ଜୟ ରାଧାରମଣ
ଜୟ ଜୟ ରାଧାରମଣ ବିହାରୀ
ଜୟ ଜୟ ରାଧା ରସିକ ବିହାରୀ । ।
ଜୟ ଜୟ ରାଧା ଗୋବିନ୍ଦ ମୁରାରୀ
ଜୟ ଜୟ ରାଧା ମାଧବ କଂସାରୀ ।।
ଜୟ ଜୟ ରାଧା ଜୀବନ ମୋହନ
ଜୟ ଜୟ ରାଧା ପରାଣ ଶ୍ରୀକୃଷ୍ଣ । ।
ଜୟ ଜୟ ଗୋପୀ ଗୋପାଳ ପରାଣ
ଜୟ ଜୟ ନନ୍ଦ ଯଶୋଦା ନନ୍ଦନ ।।
ଜୟ ଜୟ ବ୍ରଜ କାମିନୀ ରମଣ
ଜୟ ଜୟ ବୃକ୍ଷ ଯାମଲା ଭଞ୍ଜନ । ।
ଜୟ ଜୟ ଗଜ ଉଦ୍ଧାର ନାରଣ
ଜୟ ଜୟ ଅକାରଣର କାରଣ । ।
ଜୟ ଜୟ ଭକ୍ତ ଉଦ୍ଧାର କରତା
ଜୟ ଜୟ ଗତି ମୁକତି ଶକତା । ।
ଜୟ ଜୟ ଭକ୍ତ ବତ୍ସଳ ଗୋବିନ୍ଦ
ଜୟ ଜୟ ପୁର୍ଣ୍ଣ ବ୍ରହ୍ମ ହେ ମୁକୁନ୍ଦ । ।
ଜୟ ଜୟ ଭକ୍ତ ଶରଣ ରକ୍ଷଣ
ଜୟ ଜୟ ଆଦି ଅନାଦି କାରଣ । ।
ଜୟ ଜୟ ପଦ୍ମ ଶ୍ରୀପାଦେ ଶରଣ
ଜୟ ଜୟ ଦୀନ ବତ୍ସଳ ମୋହନ । ।
ଜୟ ଜୟ ଜଗବନ୍ଦନ ଶ୍ରୀହରି
ଜୟ ଜୟ ରାସ ବିହାରୀ ମୁରାରୀ । ।
ଜୟ ଜୟ ରାଧାରମଣ ବିହାରୀ
ଜୟ ଜୟ ରାଧା ରସିକ ବିହାରୀ । ।