ମଣିଷର ଅବୁଝାମଣା
ମଣିଷର ଅବୁଝାମଣା
ପୃଥିବୀ ପୃଷ୍ଠରେ କ୍ରମ ବିବର୍ତ୍ତନ ଖୁଆଇ ପିଆଇ କରିଛି ମୋତେ ପରି ପୁଷ୍ଟ l
ମାତ୍ର ଦେଇନି କେବେ ଗୁରୁତ୍ୱ ସେଇ ଫଳମୂଳ ଖାଦ୍ୟକୁ ହୋଇ ମୁଁ ସନ୍ତୁଷ୍ଟ l
ବିବର୍ତ୍ତନ କ୍ରିୟାରେ ବଢ଼ି ଯାଇଛି ମୋର ଅତୁଳନୀୟ ଜୀର୍ଣ୍ଣକାରୀ କ୍ଷମତା l
ଛୋଟ ବଡ଼ ସୁସ୍ୱାଦୁ ଅସ୍ୱାଦୁ ଖାଦ୍ୟସମସ୍ତ ଜୀର୍ଣ୍ଣ କରିବାର ବିଶେଷ ସମର୍ଥତା l
ବେଙ୍ଗ ଉଇ କୀଟ ପତଙ୍ଗ ଇତ୍ୟାଦି ଖାଇ ପାରେ ମୁଁ ସବୁ ଖାଦ୍ୟ ଅଖାଦ୍ୟ l
କେବେ କରିନାହିଁ ମୋ ଖେଦଉକ୍ତି ପ୍ରକାଶ କାହା ଆଗେ ଖାଇ ସାପ ମାଙ୍କଡ଼ସା ପରି ଅଖାଦ୍ୟ l
ସୂର୍ଯ୍ୟ ଚଦ୍ର ତଳେ ଏମିତି କିଛି ଅଛି ଖାଦ୍ୟ ଯାହାକୁ କରି ପାରେ ନାହିଁ ହଜମ l
ସେଇ ଅବଶିଷ୍ଟ ଖାଦ୍ୟ ଅଟେ ମୋର ଐକାନ୍ତିକତା ଓ ଭିନ୍ନତା l ଯାହା କରେ ଅସ୍ବୀକାର କରେ ମୋର ବିଶ୍ୱମାନବ ପ୍ରେମିକତା l
ଗର୍ବ ଆଉ ଗୌରବ ଅଟେ ମୋର ବିଶ୍ୱପ୍ରେମୀ ମାନବିକତା ଧର୍ମ ପୌରୁଷର l
ବିଶ୍ୱପ୍ରେମେ ବନ୍ଧା ମୁଁ ଚିର, ଅମାନବୀୟ ଗୁଣ ମୋର ଅରି ଚିର l
ସୈତାନର ଘରଦ୍ରବ୍ୟ ଭଳି ମଣି ତାକୁ ଜୀର୍ଣ୍ଣ କରିପାରେନି ମୁଁ ଯେ ଏକ ନର l
ଅହମିକା ଆଉ ଆତ୍ମାଭିମାନର କରାଳ ଚକ୍ରରେ ହେଲି ମୁଁ ଆଜି ସୈତାନର ସହଚର l
ଖାଇ ଚାଲିଲି ମୁଁ ମୋର ସ୍ୱଜାତିଗଣଙ୍କ ମେଦ ଅସ୍ଥି ଖଣ୍ଡ ପିଇ ଚାଲିଲି ମୁଁ ମାନବ ରୁଧିର l
ମୋର ମନ୍ଦ ଅଭିପ୍ରାୟ ତଥା ଉଦ୍ଭାବନ ଆଉ ବଞ୍ଚି ରହିବାର ଉପାୟ ଓ ଶୈଳୀ l
କରିଦେଇଛି ମୋତେ ଏକ କିଂକର୍ତ୍ତବ୍ୟବିମୁଢ଼ ମାରାତ୍ମକ ଯନ୍ତ୍ରପୃଥିବୀର,
ଭରିଦେଇଛି ମୋ ମନ ପ୍ରାଣେ ବୃଥା ଗର୍ବ ଆଉ ମୁକାରପଣିଆ
ହଜମ ହୁଏନି ଯାହା ମାତ୍ର ପରିଚୟ ମିଳେ ଏକ ନରମାଂସାଶୀ ଜାତିର l