STORYMIRROR

Gouri Panda

Classics

3  

Gouri Panda

Classics

ମହାଶିବରାତ୍ରି

ମହାଶିବରାତ୍ରି

1 min
291


ଆଜି ଶୁଭ ଶିବ ରାତର

ଚାଲରେ ଜାଳିବା ଜାଗର। ୧

ଅଚେତ ଅଛନ୍ତି ଶଙ୍କର 

ଶିବ ବିନା ନାହିଁ ସଂସାର। ୨

ପାନ କରି ସର୍ପ ଜହର 

ହେଲେ ସେ ନୀଳକଣ୍ଠେଶ୍ଵର। ୩

ଶୁଭମନାସି ଜଗତର 

ଗରଳ ପିଇଲେ ଶଙ୍କର। ୪

ଧନ୍ୟ ବାବା ଚନ୍ଦ୍ରଶେଖର 

ଜଗତକୁ କଲ ଉଦ୍ଧାର। ୫

ବିଷ ଜ୍ବାଳା କେତେ ପ୍ରଖର 

ଅବଶ ହୋଇଲା ଶରୀର। ୬

ଚିନ୍ତା କଲେ ଦେବ, ଅସୁର 

ଫେରିବେ କିପରି ସେ, ହର। ୭

ମହାଦେବ ପରମେଶ୍ବର 

ମୁକ୍ତି ଦିଅନ୍ତି ମୁକ୍ତେଶ୍ଵର। ୮

ଗଙ୍ଗାଧାରୀ ସେ ଗଙ୍ଗାଧର 

ସଂହାର କରତା ବିଶ୍ଵେଶ୍ଵର। ୯

ଜଟାଧାରୀ ପାର୍ବତୀ ବର 

କୈଳାସବାସୀ ନଟବର। ୧୦

ଆଶୁତୋଷ, ଉମାଶଙ୍କର 

ବିଶ୍ବନାଥ, ମଲ୍ଲିକେଶ୍ବର। ୧୧

ତୁମ ଦୟାରେ ଏ ସଂସାର 

ପ୍ରଭୁ ତୁମେ ହେ ଦୟାକର। ୧୨

ମୃତ୍ୟୁଞ୍ଜୟ ତୁମେ ଅମର

କରିପାର ସୃଷ୍ଟି ସଂହାର। ୧୩

ପ୍ରଭୁ ଶିବ ତୁମେ ସୁନ୍ଦର 

ଦୟାବାନ ହେ ମହେଶ୍ବର ।୧୪

ଉଠ, ଉଠ କାଲୁଙ୍କେଶ୍ବର

ପଡିଗଲାଣି ହା, ହା ,କାର।୧୫

ପାର୍ବତୀ ପତି ଦୟାକର 

ରକ୍ଷା କର୍ତ୍ତା ଏ ଜଗତର। ୧୬

ମିନତି ତୁମରି ପୟର 

ଭଲ, ମନ୍ଦ କର ବିଚାର। ୧୭

ଭସ୍ମଲେପିତ ସେ ଶରୀର

ଭୂଜଙ୍ଗ ହାର, ଶଶୀଧର। ୧୮

ପଶୁପତିନାଥ ହେ ହର 

ଜଗତକୁ କର ଉଦ୍ଧାର। ୧୯



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics