ତୁମେ ଅଛବୋଲି ଠାକୁରେ
ତୁମେ ଅଛବୋଲି ଠାକୁରେ
ତୁମେ ଅଛବୋଲି ଠାକୁରେ
ସୂର୍ଯ୍ୟ ଆସୁଥାନ୍ତି ଦିନକରୁଥାନ୍ତି
ଆଲୋକ ଦିଅନ୍ତି ମହୀରେ
ତୁମେ ତ ନଥିଲେ ରବି ବା କାହିଁ ଯେ
ପଡିଥାନ୍ତୁ ଘୋର ଅନ୍ଧାରେ
ତୁମେ ଅଛବୋଲି ଠାକୁରେ
ଚନ୍ଦ୍ରମା ଯେ ଏଠି ହୁଏ ଆତଜାତ
କରଇ ଶୀତଳ ପ୍ରଦାନ
ତୁମେ ତ ନଥିଲେ ଶୀତଳ ଦୂର ରେ
ନିତି ଅମାବାସ୍ଯା ଅନ୍ଧାର
ତୁମେ ଅଛବୋଲି ଠାକୁରେ
ତରୁଲତାମାନ ଦିଏ ଫୁଲଫଳ
ମଣ୍ଡିତ କରଇ ଶ୍ୟାମଳ
ତୁମେ ତ ନଥିଲେ ବୃକ୍ଷରାଜିକାହିଁ
ଟାଙ୍ଗରା ଦୁଶନ୍ତା ଭୂଇଁ
ତୁମେ ଅଛବୋଲି ଠାକୁରେ
ପିତାମାତା ଦୁଇ ଦେଇଛ ମତେ ଯେ
କରିବାକୁ ସ୍ନେହ ଆଦର
ତୁମେ ତ ନଥିଲେ ମୁଁ ବା କେଉଁଠି
ପରିବାର ଦେଖିପାରଇ
ତୁମେ ଅଛବୋଲି ଠାକୁରେ
ନିଶ୍ବାସଯାଉଛି ପ୍ରଶ୍ୱାସ ଆସୁଛି
ଜିଁ ପାରୁଛି ଧରା ରେ
ତୁମେ ତ ନଥିଲେ ଜୀବ ବା କେଉଁଠି
କିଏ ଆଉ ମତେ ପଚାରେ ?