STORYMIRROR

Shiba Charan Mahapatra

Classics

3  

Shiba Charan Mahapatra

Classics

ନିଦ

ନିଦ

1 min
260

(( ଏ ନିଦ ଏବେ ଆମ ଆଖିରେ ନୁହେଁ ନଜରରେ ଘାରିଛି))


#ନିଦ


ଆମେ ଶୋଇଥିଲା ବେଳେ ଗହଳ ନିଦରେ ପୃଥିବୀ ଶୁଏ 

ଆଖି କାନ ବନ୍ଦ..!!


ଶୁଭେନା କାହାକୁ ଭୋକିଲା ପେଟର କାନ୍ଦଣା

ହାତ ପାଦ ଛାଟି ଚିତ୍ପଟାଂ ମଲା ଲୋକ ପରି ,

ଜାଣୁ ଭୋକ ଏକ ନିଶା 

ମେଂଟିଗଲେ ମଣିଷ ବେହୋସ..!!


ନମେଣ୍ଟିଲେ..!?


ବିନା ଲଂଠନରେ ଦିଶେନା ଚିହ୍ନା-ଅଚିହ୍ନା ମୁହଁ

ଯେତିକି ଆଗ ପାଦ ଦିଶେ

ଆମ ଘର ଇନ୍ଧନ ,ସେତିକି ଆଖିର ଆଲୋକ..!!


କିନ୍ତୁ

ଶୋଇଗଲା ପରେ ସେସବୁ ଆମର ନୁହଁ

ନେଇପାର ଚେଇଁଥିବା ଲୋକ..!!


ଏ ସବୁକିଛି କେବେ ନଥିଲା କି ନଥିବ ଆମର

ଲଂଠନ,ଲାଠି,ନିଦ ଅବା ଲତପତ ଭୋକ ଉପଚାର

ଚୁଟ୍କି ରେ ଆଂକି ପାରେ ଅବା ପୋଛି ପାରେ 

ଚେଇଁଥିବା ପୃଥ୍ବୀ : ସବୁ ପୃଷ୍ଠାର ଚିତ୍ରକର..!!


ଓ ଶୋଇଥିବା ପୃଥିବୀ..!? କା' ପାଖେ ଖବର.!? 

...

ଅଛି..!!


ଚେଇଁଥିବା ଯାଏଁ ଚେଇଁଥାଏ

ଶୋଇଗଲା ପରେ ଗହଳ ନିଦରେ ପୃଥ୍ବୀ ଶୁଏ 

କିନ୍ତୁ ଦୀପଟିଏ ଜାଳି 

ନିଜ' ପାଇଁ ନୁହେଁ

ନିଦ ଭାଙ୍ଗିଗଲା ପରେ କାଳେ ଆମେ ନୟାଂତ ହେବା

ନିଜ ପାଦ ନିଜେ ହିଁ ଅଂଡାଳି..!?


ଯଦିଓ ଆମ ନିଦ ଫରକ୍ ଅନେକ

ଆମେ ଶୋଇଥିଲା ବେଳେ ଗହଳ ନିଦରେ

ପୃଥ୍ବୀ ଶୋଉଛି

ଅଚିନ୍ତ୍ୟ ରେ ନୁହେଁ ,ଅନ୍ଧାର ଭିତରେ କୁରୁଳି କୁରୁଳି..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics