STORYMIRROR

ABADHOOT PANDA

Classics

3  

ABADHOOT PANDA

Classics

ମଣିଷର ଅନୁସନ୍ଧାନ

ମଣିଷର ଅନୁସନ୍ଧାନ

1 min
211

           

           

ଯଦିଓ ମୁଁ ଗୋଟିଏ ମୁହୂର୍ତ୍ତ ପାଇଁ ସତ୍ୟ ସନ୍ଧ ଭାବେ ବଞ୍ଚି ପାରନ୍ତି,

ତେବେ ଛୋଟ ବଡ଼ ଶତ୍ରୁ ମିତ୍ର ସତ୍ୟପୂର୍ଣ୍ଣ ଭାବେ ସମସ୍ତ ବିଶ୍ୱବାସୀଙ୍କୁ ଭଲ ପାଆନ୍ତି l


ଯଦିଓ ମୁଁ କେବଳ ଥରେ ମାତ୍ର ଶାନ୍ତିକପୋତ ପରି ଶାଶ୍ୱତ ଶାନ୍ତିର ପ୍ରଶ୍ୱାସ ନେଇ ପାରନ୍ତି,

ତେବେ ସର୍ତ୍ତବିହୀନ ପ୍ରେମିଳ ଭାବ ମୋ ନିଶ୍ୱାସ ରେ ପଦାକୁ କାଢ଼ି ସମସ୍ତଙ୍କୁ ବାଣ୍ଟି ପାରନ୍ତି l


ଯଦିଓ କେବଳ ଏକ ମିନିଟ ପାଇଁ ଜାଗତିକ ପୁରୋହିତ ପରି ତିଷ୍ଠି ରହି ପାରନ୍ତି,

ତେବେ ମୁଁ ପାର୍ଥିବ ଓ ବ୍ରହ୍ମଣ୍ଡିୟ ପ୍ରତ୍ୟାଶା ଯୁକ୍ତ ମାନବିକ ଉଦ୍ୟୋଗ କୁ ସମ୍ମାନର ସହ ପ୍ରଶଂସା କରିପାରନ୍ତି l


ଯଦିଓ ଏକ ସେକେଣ୍ଡ ସକାଶେ ମୋର ଅନ୍ତର୍ନିହିତ ଦୈବୀ ସ୍ଵଭାଵକୁ ସ୍ୱର୍ଗରୁ ଭୁମଣ୍ଡଳେ ନିମ୍ନଗଛିତ କରିପାରନ୍ତି,

ତେବେ ପୃଥିବୀ ପୃଷ୍ଠରେ ଏକ ମର୍ତ୍ତ୍ୟ ବୈକୁଣ୍ଠ ସ୍ଥାପନ କରିବାରେ ସକ୍ଷମ ହୋଇପାରନ୍ତି l


ଯଦିଓ ମୋର ଶ୍ରମର ଶତକଡ଼ା ଶହେ ଭାଗ ଅର୍ପଣ କରିପାରନ୍ତି

ବିଶ୍ୱବାସୀଙ୍କ ମଙ୍ଗଳ ନିମିତ୍ତ,

ତେବେ ମାନବୀୟ ସ୍ୱର୍ଗତ୍ବ ଏବଂ ବିଶ୍ୱବାସୀଙ୍କ ଏକତ୍ୱ କରଣେ ସେମାନଙ୍କୁ ଗୋଟିଏ ସ୍ୱଚ୍ଛ ଆଉ ବିଶ୍ଵସ୍ଥ ସୁଯୋଗ ହୁଅନ୍ତା ପ୍ରଦତ୍ତ l


ଯଦିଓ ମୁଁ ଉଠିପାରନ୍ତି ମୋର ଇର୍ଷାପାରାୟଣ ନୃଶଂସତା ନିଷ୍ଠୁର ବର୍ବରତା, ଜାତିଗତ ବିଦ୍ବେଷ, ସ୍ବେଛାଚାରି ଶାସନ, ବିଛୀନ୍ନତାବାଦ, ଆତ୍ମପ୍ରେମପ୍ରବଣତା ଆଉ ସ୍ୱାର୍ଥବାଦର ଉର୍ଦ୍ଧ୍ୱକୁ,

କରିପାରନ୍ତି ପ୍ରତିଷ୍ଠା ମର୍ତ୍ତ୍ୟ ମଣ୍ଡଳେ ମାନବୀୟ ଗୁଣପୂର୍ଣ୍ଣ ସାମ୍ରାଜ୍ୟ କୁ l


ଯଦିଓ ମୁଁ ଯାଞ୍ଚ କରିପାରନ୍ତି ମୋ ସ୍ଥିତିକୁ ସତ୍ୟନିଷ୍ଠ ଭାବେ ଏକ ପୂର୍ଣ୍ଣ ମାନବୀୟ ସ୍ଵଭାବରେ,

ତେବେ ମୁଁ ବିଚାର କରନ୍ତି ମୋର ଶ୍ୱାସପ୍ରଶ୍ୱାସକୁ ନିର୍ଭୁଲ ଭାବରେ ଜୀବନ ଧାରଣ ପ୍ରକ୍ରିୟାରେ

ସାଥେ ନେଇ ମୋର ନୈସ୍ବର୍ଗୀୟ ସତ୍ତାକୁ ଆଉ ପ୍ରତିପାଦିତ କରିପାରନ୍ତି ନିଜକୁ ଜଣେ ମାନବୀୟଗୁଣଧାରୀ ଦାୟିତ୍ୱବାନ ସଂସାରୀ ହିସାବରେ l

            



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics