STORYMIRROR

Krishna Mishra

Classics

3  

Krishna Mishra

Classics

ପ୍ରତିଶ୍ରୁତି

ପ୍ରତିଶ୍ରୁତି

1 min
136


ମୋ ହୃଦୟ ଆକାଶରେ, ଭାବନାର ବାଦଲ!

ଖିଆଲି ବଣ ଆଉ ସ୍ମୃତି ର ଗଳି କନ୍ଦି ବାଟେ

ଯାଉ ଯାଉ,

ସାଉଁଟି ନିଏ,

ତୁମରି ସ୍ନେହ ସାଗରରୁ ପ୍ରେରିତ ଶବ୍ଦ ବିନ୍ଦୁର ଧାର.....

ସେଇଥିରେ ସେଚିତ,

ମୋ ଲେଖନୀ ମରୁଭୂମି!!

ଚିନ୍ତା ଚେତନାରେ ବହିଯାଏ ଶୀତଳ ସମୀର.....

ଫୁଟାଇ

ଅଭିବ୍ୟକ୍ତିର ପୁଷ୍ପ,

ଗୁଣୁ ଗୁଣୁ ମୋ ମନ ଭ୍ରମର!!


ଭୟ ହୁଏ!

ଯଦି ଏ ହରିତ ମଉସୁମୀ ବଦଳିଯାଏ?

କାଳର ଉତ୍ତାପ ରେ,

ସ୍ନେହିଳ ସାଗର ଶୁଖିଯାଏ?

ଆଉ ଜଳି ପୋଡ଼ି ପାଉଁଶ ହୋଇଯାଏ,

ମୋ ସମ୍ବେଦନର ଜତୁ ଗୃହ?

   

 ତଥାପି,

ରହିଛି ମୋ ପାଶେ,

ସ୍ତୁପ ବିଶ୍ବାସ ର.....

ମିଳିବ କି ଟିକିଏ ପ୍ରତିଶ୍ରୁତି ତୁମର!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics