STORYMIRROR

Krishna Mishra

Abstract

3  

Krishna Mishra

Abstract

"ପହିଲି ବର୍ଷା....."

"ପହିଲି ବର୍ଷା....."

1 min
23


କେତେ ଯେ ଅଧିର, ଅଥୟ!

ପ୍ରତୀକ୍ଷା ରେ ଥାଏ ମୁଁ,ସ୍ବାଗତିବାକୁ 

ପହିଲି ବର୍ଷା ର ଧାରାକୁ!!!

ସେ ପରା ଆଣିବ ମୋ ଲାଗି,

ନୂଆଁ କିଛି ଉପହାର ,

ଉତ୍କଣ୍ଠିତ ଅନୁଭବେ ଶିହରିତ ମୋ ତନୁ ମନ ll


ଏଇ ପହିଲି ବର୍ଷା!

ମୋ ଶୈଶବରେ ,

ସାଥେ ଘେନି ଆସୁଥିଲା କାଗଜର ଡଙ୍ଗା,

ଭସାଇ ନେଉଥିଲା ତାକୁ

କାହିଁ କେତେ ଦୂରେ....

ଉଦବେଳିତ ମନରେ ମୋ ନାଚୁଥିଲା,

ଖୁସିବାସି ର ଫେନିଳ ତରଙ୍ଗ,

କନକନ ଛାତିରେ ତିଆରୁଥିଲା ଗୋଟେ ଆତ୍ମପରିଚୟ,

ଏ ପା' ମୋ'ରି ଡ଼ଙ୍ଗା,

ଖାସ ତୁମ ପାଇଁ, ବର୍ଷା ll


ରଙ୍ଗ ବେରଙ୍ଗୀ ଫୁଲର ପସରା,

ମହ ମହ ସୈାରଭ ର ଯାଦୁ,

ଚତୁର୍ଦିଗ ମୁଲାୟମ ସବୁଜିମା,

ଆଉ ନବ କଳିକାରେ ମଧୂପର ଗୁଞ୍ଜନ ନେଇ ଆସୁଥିଲା

 ବର୍ଷା ର ବାରିଧାରା,

ରିମଝିମ ରିମଝିମ ll


ଭିଜୁଥିଲା ମୋ ଅନ୍ତରର କୋଣ ଅନୁକୋଣ

ବୁଣି ହୋଇ ଯାଉଥିଲା,

ଏକ ଅନୁପମ ଅନୁରାଗର ଇନ୍ଦ୍ରଧନୁ,

ସାଦରେ ଡାକୁଥିଲା କେହି, ହସ୍ତପ୍ରସାରି,

ପାହାନ୍ତା ନିଦରେ. ll


ଆଜି ପୁଣି ଉଭା, 

ସେଇ ପହିଲି ବର୍ଷା!

ଜୀବନ୍ୟାସ ଦେଇଛି,

ଶୈଶବ ର ସେଇ ସୁନ୍ଦର ସ୍ମୃତି,

ଯଉବନ ର ପୂର୍ଣ୍ଣ ଅପୂର୍ଣ୍ଣ ସ୍ଵପ୍ନ ,

ଆଉ ସାଥିରେ ଆଣିଛି

ବଞ୍ଚିବାର କିଞ୍ଚିତ ଇଚ୍ଛା,

ଲେଖୁଛି, ମେଘମଲ୍ହାର ଛନ୍ଦରାଗିଣୀରେ 

ଆଶାର କିଛି ସୁନେଲି କବିତା ll




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract