STORYMIRROR

Sagar Kumar Parida

Abstract

3  

Sagar Kumar Parida

Abstract

ମହାନ ନାରୀ

ମହାନ ନାରୀ

1 min
269

ସଂସାରରେ ନାରୀ କେତେ ରୂପଧରି

ଅବର୍ତ୍ତୀନ ଏ ଧରାରେ,

ଜାୟା, ଭଗ୍ନୀ,ମାତା,କନ୍ୟା ରୂପେ ସିଏ

ଥାଏ ଆମରି ପାଖରେ।।

ନାରୀର ଉନ୍ନତି ସମାଜ ଉନ୍ନତି

ସ୍ନେହ କରୁଣାର ମୂର୍ତ୍ତୀ,

ନାରୀର ଆଖିର ଅଶ୍ରୁର ସ୍ରୋତରେ

ଧ୍ଵଂସ ସ୍ୱର୍ଣ୍ଣ ଲଙ୍କା କୀର୍ତ୍ତି।।

ନାରୀ ଗଢିପାରେ ଉତ୍ତମ ସମାଜ

କର ନାରୀକୁ ଶିକ୍ଷିତ,

ସବୁ କ୍ଷେତ୍ରେ ନାରୀ ବିଜୟର ଶଙ୍ଖ

ଶୁଣାଯାଏ ଅବିରତ।।

କନ୍ୟା ଭୂଣହତ୍ୟା କରନାହିଁ କେବେ

କନ୍ୟା ଯେ ରତନଟିଏ,

ସେହି କନ୍ୟା ରତ୍ନ ଦେଶର ଭବିଷ୍ୟ

ମଣନି ସାମାନ୍ୟ ସିଏ।।

ଯେଉଁ ଦେଶେ ନାରୀ ପାଅଇ ସମ୍ମାନ

ଦେବତାଙ୍କ ଆର୍ଶୀଵାଦେ,

ସେହି ଦେଶ ହୁଏ ସର୍ବଶ୍ରେଷ୍ଠ ଦେଶ

ଆମରି ଏହି ଭୂଲୋକେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract