ବୃଦ୍ଧ
ବୃଦ୍ଧ


ପ୍ରାଣୀ ମଧ୍ୟେ ଶ୍ରେଷ୍ଠ ମାନବ ଜୀବନ
କର୍ମ ଅନୁସାରେ ଫଳ ।
ଚତୁର୍ଥ ଅବସ୍ଥା ଦେଇ ଗତି କରେ
ଆରମ୍ଭରୁ ଶେଷ ମୂଳ ।
ଶୈଶବରୁ ଆସି କୈଶୋର ପର୍ଯ୍ୟନ୍ତ
ଶରୀର ରହେ ପୂର୍ଣ୍ଣତା ।
ଯୌବନ ଅବସ୍ଥା ସୌନ୍ଦର୍ଯ୍ୟରେ ପୂର୍ଣ୍ଣ
ରକ୍ତମାଂସ ସଫଳତା ।
ବୃଦ୍ଧ ଅବସ୍ଥାରେ ଶରୀର ରତେଜ
ଚଞ୍ଚଳତା ଯାଏ କମି ।
ତନୁ ଶୀଥିଳତା ଚର୍ମ ମଳିନତା
ଆପେଯାଏ
ଥମି ଥମି ।
ଜ୍ଞାନ କର୍ମ ଧର୍ମ ନିଷ୍କ୍ରିୟତା ପୂର୍ଣ୍ଣ
ପାଚିଲା ଫଳ ସଦୃଶ ।
ସମୟ ସରିଲେ ଆପେ ଖସି ପଡେ
ଯାଏ ସେ ଯମର ପାଶ ।
ବୃଦ୍ଧ ଅବସ୍ଥାରେ ସଂସାର ର ମାୟା
ଦୂରୀ ଭୂତ ତାର ହୁଏ ।
ଶେଷରେ ଜୀବନ ହରିଠାରେ ମନ
ସମର୍ପଣ ଭାବ ନିଏ ।
ବୃଦ୍ଧ ହେଲେ ମଧ୍ୟ ଜାତି ପ୍ରେମ ପ୍ରୀତି
ନିବିଡ଼ତା ତାର ଥାଏ ।
ଉଚ୍ଚତର ମନ କରେ ବଳିୟାନ
ପ୍ରତି କ୍ଷଣେ ଝୁରି ହୁଏ ।