STORYMIRROR

SACHALA GURU

Abstract

3  

SACHALA GURU

Abstract

ବୃଦ୍ଧ

ବୃଦ୍ଧ

1 min
221

ପ୍ରାଣୀ ମଧ୍ୟେ ଶ୍ରେଷ୍ଠ   ମାନବ ଜୀବନ 

      କର୍ମ ଅନୁସାରେ ଫଳ ।

ଚତୁର୍ଥ ଅବସ୍ଥା    ଦେଇ ଗତି କରେ                    

ଆରମ୍ଭରୁ ଶେଷ ମୂଳ ।

ଶୈଶବରୁ ଆସି   କୈଶୋର ପର୍ଯ୍ୟନ୍ତ 

      ଶରୀର ରହେ ପୂର୍ଣ୍ଣତା ।

ଯୌବନ ଅବସ୍ଥା  ସୌନ୍ଦର୍ଯ୍ୟରେ ପୂର୍ଣ୍ଣ 

      ରକ୍ତମାଂସ ସଫଳତା ।

ବୃଦ୍ଧ ଅବସ୍ଥାରେ   ଶରୀର ରତେଜ 

      ଚଞ୍ଚଳତା ଯାଏ କମି ।

ତନୁ ଶୀଥିଳତା   ଚର୍ମ ମଳିନତା 

     ଆପେଯାଏ ଥମି ଥମି ।

ଜ୍ଞାନ କର୍ମ  ଧର୍ମ  ନିଷ୍କ୍ରିୟତା ପୂର୍ଣ୍ଣ 

     ପାଚିଲା ଫଳ  ସଦୃଶ ।

ସମୟ ସରିଲେ  ଆପେ ଖସି ପଡେ 

     ଯାଏ ସେ ଯମର ପାଶ ।

ବୃଦ୍ଧ ଅବସ୍ଥାରେ   ସଂସାର ର ମାୟା 

      ଦୂରୀ ଭୂତ ତାର  ହୁଏ ।

ଶେଷରେ ଜୀବନ   ହରିଠାରେ ମନ 

       ସମର୍ପଣ ଭାବ ନିଏ ।

ବୃଦ୍ଧ ହେଲେ ମଧ୍ୟ  ଜାତି ପ୍ରେମ ପ୍ରୀତି 

       ନିବିଡ଼ତା ତାର ଥାଏ ।

ଉଚ୍ଚତର ମନ    କରେ  ବଳିୟାନ 

      ପ୍ରତି କ୍ଷଣେ ଝୁରି ହୁଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

Similar oriya poem from Abstract