ଅନୁତାପ
ଅନୁତାପ
1 min
226
ସଂସାର ରୂପକ ସାଗରରେ ରହି
ଭୋଗଇ ଦୁଃଖ ଯନ୍ତ୍ରଣା
କେବେ ଦିଏ ଦୁଃଖ କେବେ ଦିଏ ସୁଖ
ଘଟଇ ନାନା ଘଟଣା ll
ନିର୍ଦ୍ଦୋଷ ଲୋକକୁ ଦୋଷ ଦେଇ ତାକୁ
କରେ ଭୁଲ ବୁଝାମଣା
ନିରୀହ ସରଳ ହୃଦୟ ନିର୍ମଳ
. ହୁଅଇ ସେ ବାଟବଣା ll
ଅଜ୍ଞାତବଶତଃ ଦୋଷ ଦୂର୍ବଳତା
.... ଘଟିଥାଇ ପ୍ରତିକ୍ଷଣେ
ଭାବିଲା ବେଳକୁ ଦୁଃଖ ବଢିଥାଏ
ଅନୁତାପ ପରି ମଣେ ll
ଅନୁତାପ ଜ୍ୱାଳା ଶରୀରରକୁ ଖାଏ
ବଢ଼ଇ ଯେ ରକ୍ତଚାପ
ମଧୁମୟ ବ୍ୟାଧି ହୁଏ ତା ପରିଧି
.... ମନେ କରଇ ସନ୍ତାପ ll
