STORYMIRROR

SACHALA GURU

Tragedy

3  

SACHALA GURU

Tragedy

ଯନ୍ତ୍ରଣା

ଯନ୍ତ୍ରଣା

1 min
289

ମନଗହନର ନିଆଁକୁ

           ଦେଖେଇ ହୁଏନି କି

                    ଲିଭେଇହୁଏନି

ତାହାରି ନାମତ ଯନ୍ତ୍ରଣା

          ଧନି ଗରିବ କାହାକୁ ଛାଡେନି

ଉଚ୍ଚ ନିଚର ପ୍ରଭେଦ ବୁଝେନା

                କି ଅଭୂତ!

ଈଶ୍ୱର ବି ବାଦ ଯାଆନ୍ତି ନାହିଁ

ପରାକ୍ରମୀ କଂସର ନିର୍ଦୟ ନିର୍ମମ

              କଠୋର ମନୋବୃତ୍ତି

ବନ୍ଦୀ ଗୃହରେବନ୍ଦିନୀ ଦେବକୀ

ସେ ପୁଣି ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମଦାତ୍ରୀ

ଅନ୍ଧକାର କୋଠରୀର ଯନ୍ତ୍ରଣା

          ଦ୍ୱିଧାଗ୍ରସ୍ତ ଜୀବନ

କଂସର ପାଦ ଶବ୍ଦରେ

       ଲୋମ କୂପରେ ଯନ୍ତ୍ରଣା

ପ୍ରତ୍ୟେକ ମୁହୂର୍ତ୍ତ ହୃଦୟ ଭିତରେ

           ଯନ୍ତ୍ରଣାର ପ୍ରତିଧୂନି

ଶିକୁଳି ଆବଦ୍ଧରେ ଦାମ୍ପତ୍ୟ ଜୀବନ

ସ୍ୱାମୀଙ୍କ ମନରେ ଆଘାତ ନ ଦେବା

       ନୀରବତାର ଯନ୍ତ୍ରଣା

କୋମଳମତୀ ନାରୀ

      ଏହାକୁ ହୃଦୟ ମନ ମନ୍ଦିରରେ

କିପରି ଦ୍ରବିଭୂତ କରିପାରିବ?

କେତେବେଳେ କେତେ ପ୍ରକାର

        ଝଡ଼ ନେଇ ତାର ଆଗମନ

କହିବା କାଠିକର ପାଠ

ଯନ୍ତ୍ରଣାରୁ ଅନେକ ଶିକ୍ଷା

      ଭ୍ରମିତ ହେବା ପୂର୍ବରୁ        

           ଚେତାବନୀ.....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

Similar oriya poem from Tragedy