STORYMIRROR

Sabita Tripathy

Tragedy

4  

Sabita Tripathy

Tragedy

ସମୟର ବନ୍ଧନେ ସମ୍ପର୍କ

ସମୟର ବନ୍ଧନେ ସମ୍ପର୍କ

1 min
279


   

ଆଜିକାଲି ସମ୍ପର୍କ ର

ସଂଜ୍ଞା ଏମିତି ହେଲାଣି,

ଟଙ୍କା ପଇସା, ଷ୍ଟାଟସ ର

ମାପ କାଠି ରେ ଛନ୍ଦି ହେଇଗଲାଣି ।


ଦବା ନେବା ହିସାବରେ 

ରକ୍ତ ସମ୍ପର୍କ ଗୁଡିକ ବି

ସ୍ନେହ ଶ୍ରଦ୍ଧା ର ତଣ୍ଟିଚିପି

ମରିଗଲାଣି ଅଣନିଶ୍ୱାସ ରେ ।


ମନ ଖୋଲି ଦିପଦ କଥା ହେବାକୁ

ମନ ଖୋଜିବୁଲୁଥାଏ

    କିଛି ଦରଦୀ ବନ୍ଧୁକୁ,

ବ୍ୟସ୍ତ ବହୁଳ ଜୀବନେ

ସମୟ ବା କାହିଁ ହୃଦୟ

ମନ କୁ ବୁଝିବାକୁ, ଶୁଣିବାକୁ ।


ବାଟବଣା ହେଜଯାଏ ନିଜସ୍ୱ ଭାବନା

କିଛି ଅହଂକାର, କିଛି ସ୍ୱାର୍ଥ ମିଶି

ସମ୍ପର୍କ ର ନୂଆ ଠିକଣା ରେ

ଧର୍ଯ୍ୟ ଖାଲି ହୁଏ ଆନମନା ।


ସମୟ ର ବନ୍ଧନ ରେ

ସମ୍ପର୍କ ବୋଧେ ଛନ୍ଦି ହୋଇଛି

ନିଜ ପାଖେ ନିଜେ

   ଲୁଚକାଳି ଖେଳୁଛି

ଜୀବନ ବଞ୍ଚିବାକୁ ସଂଘର୍ଷ

କରୁଛି ପ୍ରତି ମୁହୁର୍ତ୍ତରେ ।


Rate this content
Log in

Similar oriya poem from Tragedy