STORYMIRROR

Sabita Tripathy

Inspirational

3  

Sabita Tripathy

Inspirational

ମୁଁ ସେଇ ପିଢ଼ି ନାରୀ

ମୁଁ ସେଇ ପିଢ଼ି ନାରୀ

1 min
10

        

ପିଢ଼ି ପରେ ପିଢ଼ିର ପରିବର୍ତ୍ତନ ହେଉଛି

ଆଧୁନିକତାର ଶୈଳୀରେ ମାନସିକତା ବଦଳୁଛି

ମୋ ପିଢ଼ିରେ ମୁଁ ସେଇ ନାରୀ,

ଆଜିର ଆଧୁନିକତା ସହ ଖାପ ଖୁଆଇ

 ନିଜକୁ ପରିବର୍ତନ କରୁଛି, କିନ୍ତୁ

ଏ ସମାଜର ଆକ୍ଷେପ କଳଙ୍କିତ ସଜାଉଛି......


ମୁଁ ସେଇ ପିଢ଼ିର ନାରୀ...


ପରିବାରକୁ ଗୋଟିଏ ସୁତାରେ ବାନ୍ଧିଛି

କିନ୍ତୁ ନିଜ ଖୁସି ପାଇଁ କିଛି ସମୟ ଦେବାରୁ

ମୋ ସ୍ନେହ, ପ୍ରେମର ସୂତା ଖିଅଟି

ବାରମ୍ବାର ଅଡୁଆ ହେଉଛି,

ଆଉ ସେହି ଅଡୁଆ ସୂତା ଖିଅକୁ ସଜାଡୁ ସଜାଡୁ

ନିଜ ପସନ୍ଦ, ନା ପସନ୍ଦକୁ ବଳି ପକାଉଛି.....


ମୁଁ ସେଇ ପିଢ଼ିର ନାରୀ...


ଅବ୍ୟକ୍ତ ଆତ୍ମାର ସ୍ୱର କୁ ବ୍ୟକ୍ତ କରିବାକୁ ଯାଇ

ବାରମ୍ବାର ହୃଦୟଟା ଧୋକା ଖାଉଛି,

ଯନ୍ତ୍ରଣା ଜର୍ଜରିତ ହୃଦୟେ

କିଛି ଆଶ୍ୱାସନାର ମଲମ ଲେପି

ରାତ୍ରିର ଅନ୍ଧାର ଭଳି କିଛି ସମୟ ନିଜକୁ ଲୁଚାଇ

ପୁଣି ସକାଳର ସୂର୍ଯ୍ୟକିରଣେ ଝଟକୁଛି......


ମୁଁ ସେଇ ପିଢ଼ିର ନାରୀ...


ପଦବୀ ଉଚ୍ଚ ହେଲେ ମୁଁ ଉଚ୍ଚ ଶିକ୍ଷିତା

ମୋଟା ଅଙ୍କ ର ଦରମା ଆଣିଲେ

ମୁଁ ସମାଜ ପାଇଁ ଦିଗଦର୍ଶିକା,

ନହେଲେ ଯୋଗ୍ୟତାର ସବୁ ପ୍ରମାଣ ପତ୍ରକୁ

ତାଲା ପକାଇ ଦେଇଛି,କାରଣ

ମୁଁ ଜଣେ ଗୃହିଣୀ,

ନା ମୁଁ କାର୍ଯ୍ୟରତ କେଉଁ ଅଫିସରେ

ନା ମାସିକ ଦରମା ଆସୁଛି ମୋ ବ୍ୟାଙ୍କ ଖାତାରେ,

ମୋ ସ୍ୱାଧୀନତା ଛନ୍ଦି ହେଇଯାଉଛି

 କିଛି କୁସଂସ୍କାର ମାନସିକତାରେ.......


ମୁଁ ସେଇ ପିଢ଼ିର ନାରୀ..


ହଁ ମୁଁ ଜଣେ ଗୃହିଣୀ... ସେଥିପାଇଁ ବୋଧେ

ବିନା ଡିଗ୍ରୀରେ ମୁଁ ଡାକ୍ତରାଣୀ, ନର୍ସିଆଣୀ ମାଷ୍ଟରାଣୀ,ଚାକରାଣୀ

ରୋଷେଇ ଶାଳେ ରହିଲେ ରାନ୍ଧୁଆଣୀ...

ଘରେ କାହାରି କିଛି ଅସୁବିଧା ହେଲେ

ସବୁ ଦୋଷ ହୁଏ ମୋହରି

ସବୁ ସହି ସହି ଆଜି ହେଇଛି ଗୃହିଣୀ.......


ମୁଁ ସେଇ ପିଢ଼ିର ନାରୀ... (2)



Rate this content
Log in

Similar oriya poem from Inspirational