ଅପମାନ
ଅପମାନ
ଶବ୍ଦ ସବୁ ଭ୍ରମିତ ହୁଏ
ଇଙ୍ଗିତ ଗୁଡିକ ନିୟନ୍ତିତ ନ ଥାଏ
ବାକ୍ ଯନ୍ତ୍ରରେ ଲଗାମ ଲାଗି ପାରେନା
ମନର କ୍ଷୋଭ ଭାଷାରେ ବଦଳେ
ସବୁ ଅଙ୍କାବଙ୍କା କଥା ଗୁଡିକ
ବନ୍ଧୁକର ଗୁଳିପରି ଫୁଟି ଯାଏ
ଆଶାତୀତ ପ୍ରଶ୍ନବାଣରେ
ଶିରାଧମନୀ ଅସ୍ତବ୍ୟସ୍ତ ହୋଇଯାଏ ।
ବେଳେବେଳେ ........
ଶବ୍ଦର ଆବଶ୍ୟକତା ନ ଥାଏ
ଏମିତି କିଛିଭୂଲ ନିଜଦ୍ଵାରା
ବା ନିଜ ଲୋକଦ୍ଵାରା ହୁଏ
ଚାହୁଁ ଚାହୁଁ ପ୍ରଘଟିତ ବି ହୁଏ
ଅଣ୍ଟି ନିଆଁକୁ ନା ଲୁଚାଇ ବି ହୁଏ
ଭିତରେ ଭିତରେ ଅସ୍ତିମଜ୍ଜା ସବୁ
ପାଉଁଶ ପାଲଟି ଯାଇ ଥାଏ
ଲାଭ କଣ ଏ ପାର୍ଥିବ ଜୀବନ
ଯେଉଁଠି ନଷ୍ଟ ପ୍ରାୟ ଆତ୍ମସମ୍ମାନ
ଛାତିଭରା କୋହ ଆଖିଭରା ଲୁହରେ
ଜର୍ଜରିତ ଏ ଜୀବନ ପାଇ ସର୍ବ ସମ୍ମୁଖ ଅପମାନ।।