STORYMIRROR

SADASIBA NAYAK

Tragedy Fantasy Inspirational

4  

SADASIBA NAYAK

Tragedy Fantasy Inspirational

ଜୀବନ୍ତ ପାଷାଣ

ଜୀବନ୍ତ ପାଷାଣ

1 min
289

ଈଶ୍ୱର!

କେବେ ଭଙ୍ଗୁର ପଥରେ

ପଦକଷ୍ଟ ଦେଉଥିବା ପଥରଟିଏ

ସିନ୍ଦୁରବୋଳା ବିଧାତାଟିଏ ହୋଇ

ଦେବତାର ବିଶ୍ୱାସରେ କଥା କହେ 

ନିର୍ଜିବର ଅବିଶ୍ୱାସରେ ନିରବୀ ଯାଏ ।


ହେ ଈଶ୍ୱର!

କେବେ ଅଭିଶାପରେ ଅହଲ୍ୟା ପାଷାଣ ହୋଇଯାଏ

ବର୍ଷ ବର୍ଷ ଧରି ତୁମ୍ଭ ସ୍ପର୍ଶର ଇପ୍ସିତ ଆକାଂକ୍ଷାରେ

ଚିର ପ୍ରତୀକ୍ଷିତ ନୟନେ ଚାହିଁ ରହିଥାଏ

କେବଳ ପଦଧୂଳିତିଳେ ମାତ୍ର ସ୍ପର୍ଶରେ 

ପୁଣି ଜୀବନ ସଂଚରିଯାଏ ।


ହେ ଈଶ୍ୱର!

କେବେ ଦୁଃଖର ପାହାଡଟି

ଦୁର୍ କରି ମୁଣ୍ଡ ଉପରେ ପଡ଼ିଯାଏ

ରକ୍ତ ମାଂସ ଅସ୍ଥି ମଜ୍ଜା ସବୁ

ଖିନ ଭିନ୍ ହୋଇ ଯାଏ

ଆଉ ତୁମ ଭରସାରେ ପୁଣିଥରେ

ଅଣ୍ଟା ସଳଖି ହିମାଳୟ ଲଘିଂଯାଏ ।


ହେ ଈଶ୍ୱର

ତୁମରି ଇଚ୍ଛାରେ ଜନ୍ମିଛି ବୋଲି

ହୃଦୟକୁ ପଥର କରି

ପଥରକୁ ବିଶ୍ୱାସ କରି

ବିଶ୍ୱାସ କୁ ପାଥେୟ କରି

ଯୋଡଡହସ୍ତରେ ପ୍ରାର୍ଥନା କରୁଛି

ଦୁନିଆର ସବୁପାପକଳୁଷ

ସ୍ତରୀଭୁତ ହୋଇ ମୋ ଶରୀରର

ଅନ୍ତର୍ଭେଦୀ ଶିଳା ସହ ରୁପାନ୍ତରିତ

ହୋଇ ଆଧ୍ୟାତ୍ମିକ ଶିଳାଲେଖଟିଏ

ଅମରଅକ୍ଷରେ ଲିପିବଦ୍ଧ ହେଉ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy