STORYMIRROR

SADASIBA NAYAK

Inspirational

4  

SADASIBA NAYAK

Inspirational

ମହାପ୍ରୟାଣ

ମହାପ୍ରୟାଣ

1 min
359

ହେ ମହାଭାଗ କିମ୍ପାଇଁ ଏ ରାଗ

କିମ୍ପା ଗର୍ବ ଅଭିମାନ

ଏ ମହାଯାତ୍ରା ର ଯାତ୍ରୀ ତ ସଭିଏଁ

ଲଭିବା ମହାପ୍ରୟାଣ।୧।


ହେ ମହାଶୟ କିମ୍ପା ଏ ସଂଶୟ

ଧନ ମାନ ପାଇଁ ମତ୍ତ

କେହି ରହି ନାହିଁ ରହିବେ ବି ନାହିଁ

ଶେଷେ ଯିବେ ମହାତୀର୍ଥ।୨। 


ହେ ମହାପ୍ରାଣ କାହିଁକି ରୋଦନ

ଗଢ଼ିଛୁ କିବା ସମ୍ପର୍କ

କେହି ଯିବେ ନାହିଁ ସାଥିରେ ତୋହର

ହୋଇ ମହାପଥ ପଥିକ।୩। 


ହେ ମହୋଦୟ କାହିଁକି ନିର୍ଦ୍ଦୟ

କିସ ନେଇଯିବୁ ଧନ

ଏହି ଠାରୁ ଜନ୍ମ ମହାଭୂତେ ଲୀନ

କରିବୁ ମହାପ୍ରସ୍ଥାନ।୪। 


ହେ ମହାଜନ କି ହେବ ଅର୍ଜନ

ନେଇ ପାରିବୁନି କିଛି

ଛଅ ଖଣ୍ଡ କାଠେ ମହାନିଦ୍ରା ତୋର

ଖଇ ଗଣ୍ଡେ ଦେବେ ଛିଞ୍ଚି।୫। 


ମହତ ଲୋକର ମହାନ ପଣିଆ

ପର ଉପକାରେ ଥାଏ।

ମଲାବେଳେ ସିଏ ଆହା ପଦେ ଶୁଣି

ଜଗତେ ଅମର ରହେ।୬। 


(ମହାଯାତ୍ରା, ମହାପ୍ରୟାଣ, ମହାପଥ, ମହାପ୍ରସ୍ଥାନ, ମହାନିଦ୍ରା-ମୃତ୍ୟୁ)

(ମହାତୀର୍ଥ-ଶ୍ମଶାନ)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational