STORYMIRROR

SADASIBA NAYAK

Action Inspirational Others

2  

SADASIBA NAYAK

Action Inspirational Others

ମାଆ

ମାଆ

1 min
3.2K

ଅନେକ ସ୍ନେହର ଆବଦ୍ଧ ପେଢ଼ିରେ

ଅନେକ ଭାଷାର ସୁନ୍ଦର ଅଭିଧାନରେ

ମାଟିରୁ ଆକାଶ ଯାଏ ପରିବ୍ୟାପ୍ତ

ତାର ଅନାବିଳସ୍ନେହ ବାତ୍ସଲ୍ୟମମତା

ସର୍ବଦା ସ୍ନେହାଶିଷର ଅଦେଖା ହାତଟି 

ଘୁରି ବୁଲୁଥାଏ ଅପତ୍ଯଠାରେ 

ଅନବଦ୍ୟ ପ୍ରେମ,ଅହେତୁକ ଅନୁକମ୍ପା

ସମସ୍ତ ଯନ୍ତ୍ରଣାରୁ ଉପସମ କରେ

ପଣତ ଛାଇର ଅତ୍ଯନ୍ତ ଶୀତଳତା

ଉପଶମ କରିପାରେ ଅନ୍ତର ବେଦନାକୁ।।

ହସି ପାରେ ପେଟରେ କ୍ଷୁଧା ଥାଇ

ନିଜ ଥାଳିରୁ ଦିଏ ସନ୍ତାନର ଖୁସି ପାଇଁ।।

ଆରୋଗ୍ୟ କାମନାରେ ରହିପାରେ 

ରାତି ତମାମ ଉଜାଗର

ତୋ କଥା ଲେଖିବା ପରେ

ସରି ଯାଏ ଶବ୍ଦ ଦୁନିଆର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action