STORYMIRROR

SADASIBA NAYAK

Comedy Drama Action

3  

SADASIBA NAYAK

Comedy Drama Action

ମଶା ମୋ ପ୍ରେମିକା

ମଶା ମୋ ପ୍ରେମିକା

2 mins
208


ଶୟନେ ଅବା ଜାଗରଣେ

ନିଶାର୍ଦ୍ଧେ ଅବା ଅହନେ

ତୋର ଚୁମ୍ବନ ରେ

ଥାଏ ଶକ୍ତି ଭରପୁର

ସତେ କି ତୁ ପ୍ରେମ ସୌଦାଗର

ପ୍ରଥମେ ତ ହୁଏ ଇର୍ଷା

ଦେଖି ତୋର ପ୍ରେମ ବର୍ଷା

ୠତୁ ହେଉ ଶୀତ ବା ବସନ୍ତ

ପ୍ରେମ ତୋର ଅସୀମିତ

ଚୁମିବାକୁ ବ୍ୟାକୁଳ ତୋ ପ୍ରାଣ

ଚୁମି ଯାଉ ଶରୀର ତମାମ

ଦୀର୍ଘ ସମୟ ଯାଏଁ

କରିପାରୁ ପ୍ରେମ

ଧୈର୍ଯ୍ୟ ତୋର

ନିହାତି ଅସୀମ

ଥାଆନ୍ତା କି ତୋ ପରି

ଧୈର୍ଯ୍ୟ ବା ବ୍ୟାକୁଳତା

କରନ୍ତି ମୁଁ ପ୍ରେମ

ପ୍ରେମ ବର୍ଷାରେ ଭିଜି

ହ୍ବନ୍ତି ମୁଁ ଆକ୍ତାମାକ୍ତା

ଚୁଚୁମି ବାର ଠିକ ଅନ୍ତିମ

ମୁଁ ଜାଣି ପାରେନା

ଏହା ଯାତନା ନା ପ୍ରେମ

କାରଣ

ତୋର ପ୍ରୀତି ରେ ଦେଉ

ଶାରୀରିକ କଷ୍ଟ

ଠିକ ବୁଝି ପାରେ

ଏହା ପ୍ରେମ ନୁହେଁ

ଶୋଷୁଥିଲୁ ମୋ ରକ୍ତ

ହଠାତ୍ ଶୃଙ୍ଗାରଟା

ଭାଙ୍ଗି ଯାଏ ମୋର

କ୍ରୋଧରେ ମୁଁ ହୁଏ

ଜରଜର

ପ୍ରେମ ନୁହେଁ

ଖାଲି ଏ ଛଳନା

ପ୍ରେମ ନାମେ

କଲୁ ପ୍ରତାରଣା

ଚଟକଣିଟିଏ ଦିଏ

ଦେଖି ତୋର ଗାଲ

ହାତ ମୋର

ହୋଇଯାଏ ଲାଲ

ବହୁତ ଶିଖିଲି ପେରେମ

ଯାଅ ତୁ ଭେଟିବୁରେ ଯମ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy