STORYMIRROR

SADASIBA NAYAK

Abstract Classics

4  

SADASIBA NAYAK

Abstract Classics

ସୃଜନୀ

ସୃଜନୀ

1 min
370

ସୃଜନୀ ଏମିତି ବି ହୋଇପାରେ

କାନଭାସ୍ ଉପରେ ତୂଳୀର କୁହୁକ ସ୍ପର୍ଶରେ

ରଙ୍ଗର ଜୀବନ୍ୟାସ ପାଇ ଜୀବନ୍ତ ହୋଇପାରେ।

କେବେ ଭାବନାର ଇନ୍ଦ୍ର ଜାଲରେ

ଶଦ୍ଦର ଘମାଘୋଟ ଲଢ଼େଇ ଅଥବା

ଶଦ୍ଦର ସୁନ୍ଦର ବୁଝାମଣାରେ ପ୍ରକୃତିସ୍ଥ ହୋଇପାରେ।


କେବେ ପୁଣି ସଙ୍ଗୀତ ମଧୁର ମୂର୍ଚ୍ଛନାରେ

ଅଥବା ଇତସ୍ତତଃ ଧ୍ଵନି ଗୁଡିକର ପରସ୍ପର

ଆଲିଙ୍ଗନରେ ଶ୍ରଡ଼ତୋନ୍ଦିୟ ପୁଲକିତ ହୋଇପାରେ।

କେବେ ପୁଣି ପଥର ଦେହରେ ନିହାଣର

ଯାଦୁଗରୀ ସ୍ପର୍ଶ ଭରିଦିଏ ପ୍ରାଣ ରକ୍ତ ମାଂସ

ଶିଳା ବି ଶ୍ରୀ ହରି ହୋଇ ପୂଜା ପାଇପାରେ


ସୃଜନୀ ଏକ ସୁନ୍ଦର ସୃଷ୍ଟି

ଏକ ଭାବନା ,ଚିନ୍ତନ, ମନନ ଏକ

ସ୍ଥିତପ୍ରଜ୍ଞ ସଂଯୋଗରେ ଫଳାଉଥିବା

ସୃଷ୍ଟିଟିଏ ହିଁ ମୋ ସୃଜନୀ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract