STORYMIRROR

SADASIBA NAYAK

Others

3  

SADASIBA NAYAK

Others

ପୁସ୍ତକ

ପୁସ୍ତକ

1 min
191

ଶବ୍ଦକୁ ଶବ୍ଦ ଛନ୍ଦି ଦେଇ ସୃଷ୍ଟି ହୁଏ ଅନନ୍ୟ ସୃଜନ

ଅସୁମାରୀ ସୃଜନର ସମାହାରରେ ପରିପୃଷ୍ଟ ସଂକଳନ 


କଳ୍ପନାର ସାମ୍ରାଜ୍ୟରେ ଭାସି ବୁଲନ୍ତି ଅନେକ ଶୁଦ୍ଧ ଭାବନା

ତାକୁ ଏକ ମାଳରେ ଗୁନ୍ଥି ସଜାନ୍ତି ଲେଖକ ଆନମନା । 


କେଉଁ ଏକ ଦକ୍ଷ ବିନ୍ଧାଣିର ଲେଖନୀ ନିହଣରେ ଗଢ଼ା

ଚିନ୍ତନ ଚେତନ କଳ୍ପନା ଭାବନାର ଏକ ଅପୂର୍ବ ସମନ୍ୱୟ। 


କେବେ ଭାଷାର ମାଦକତାରେ ସମାହିତ ସାହିତ୍ୟ ସୃଜନ

କେବେ ବୈଜ୍ଞାନିକ ପରିକଳ୍ପନାରେ ବିଶ୍ବବିଦିତ ବିଜ୍ଞାନ 


ଇତିହାସ ସାମାଜିକ ଦର୍ଶନ ଜ୍ଞାନ ବିଜ୍ଞାନ 

ପୁସ୍ତକରେ ସ୍ଥାନିତ ସମସ୍ତ ବିଷୟମାନ। 


କେବେ ସଂଗ୍ରାମ କେବେ ପ୍ରେମ 

କେବେ ବ୍ୟଙ୍ଗ କେବେ ବିଚ୍ଛେଦ

କେବେ ସମାଲୋଚନା କେବେ ଉଦ୍ଭାବନା

କେବେ ଜାତୀୟତା କେବେ ଆଧ୍ୟାତ୍ମିକତା


ଜ୍ଞାନର ପେଢିଟେ ଖାଲି ଖୋଲିଦେଲେ ଥରେ

ସମୁଦ୍ର ଓ ଆକାଶର ମିଳନ

ଖାଲି ବୁଡି ପାରିଲେ ହେଲା

ଉଡି ପାରିଲେ ହେଲା 


ଶିକ୍ଷାର ପ୍ରବଳ ସ୍ରୋତସ୍ୱିନୀଟେ

ପ୍ରତ୍ୟେକ ପ୍ରବାହକୁ ଚୁମି ଚୁମି

ଛୁଇଁ ଛୁଇଁ ପହଁରିପାରିଲେ ହେଲା

ବିମୁଗ୍ଧ ଗୁଣ ମୁଗ୍ଧ ପାଠକ

ହାତରେ ଥିଲେ ଇପ୍ସିତ ପୁସ୍ତକ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍