STORYMIRROR

SADASIBA NAYAK

Romance Inspirational

3  

SADASIBA NAYAK

Romance Inspirational

ତୁ ପରୀଟେ

ତୁ ପରୀଟେ

1 min
138

ଇଚ୍ଛା ହୁଏ ତତେ ଦେଖିବାକୁ 

କିନ୍ତୁ ଛୁଇଁବାକୁ ମନ ନାହିଁ

ଇଚ୍ଛା ହୁଏ ତତେ ବୁଝିବାକୁ 

କିନ୍ତୁ ପଢିବାକୁ ମନ ନାହିଁ

ତୁ ଏମିତି ଗୋଟେ ବହିଟେ

ପଢି ଚାଲିଥିଲେ

ସରେ ନାହିଁ ଜମା

ଚିର ସ୍ରୋତସ୍ୱିନୀ ନଈଟେ।। 


ଇଚ୍ଛା ହୁଏ ତତେ ଖୋଜିବାକୁ 

କିନ୍ତୁ ପାଇବାକୁ ମନ ନାହିଁ

ଇଚ୍ଛା ହୁଏ ତତେ ଭାବିବାକୁ 

କିନ୍ତୁ ଗପିବାକୁ ମନ ନାହିଁ

ତୁ ଏମିତି ଗୋଟେ ଗପଟେ

କାହାଣୀ ନୁହେଁ ତୁ 

ସପନ ଇଲାକା

ସରଗ ରାଇଜ ପରୀଟେ।। 


ଇଚ୍ଛା ହୁଏ ତତେ ତୋଳିବାକୁ 

କିନ୍ତୁ ଧରିବାକୁ ମନ ନାହିଁ

ଇଚ୍ଛା ହୁଏ ତତେ ହାରିବାକୁ 

ଭଲ ପାଇବାକୁ ମନ ନାହିଁ

ତୁ ଏମିତି ଗୋଟେ ପ୍ରେମଟେ

ନା ସବୁ ଦୋଷ ମୋର

ନା ଭୁଲ ଅଛି ତୋର

ତୁ ପା କଳଙ୍କ ବିହୀନ ଜହ୍ନଟେ।।



Rate this content
Log in

Similar oriya poem from Romance