STORYMIRROR

SADASIBA NAYAK

Romance Tragedy Fantasy

4  

SADASIBA NAYAK

Romance Tragedy Fantasy

ପ୍ରତିକ୍ଷିତ ସ୍ବର

ପ୍ରତିକ୍ଷିତ ସ୍ବର

1 min
419

ହେବାକୁ ଥିଲା ବହୁତ କଥା

କଥା ତ ଅଧାରୁ 

ରହିଗଲା।

ଚାଲିବାକୁ ଥିଲା ଅନେକ ରାସ୍ତା

ରାସ୍ତା ତ ଦିଗ ବଦଳାଇ ଦେଲା।


ତ୍ୟାଗ ଓ ସମର୍ପଣର ଦୋଛକିରେ

ଭୁଲି ଯିବାକୁ ହୁଏ 

ନିଜର ଭୁଲ ବୋଲି ଭାବି

ଚିନ୍ତା ଓ ଭାବନାର ବହୁ ଉର୍ଦ୍ଧ୍ବରେ

ବଞ୍ଚିବାକୁ ହୁଏ

ତା ପରିବାରର ଖୁସି ମନାସି।


ବହୁ ରାତ୍ରିର ଉଜାଗର ସ୍ବପ୍ନଟେ

ବହୁ କଳ୍ପନାର ସ୍ବପ୍ନ ନାୟିକାଟେ

ବାସ୍ତବତା ପାଇଁ ଆଶା ନାହିଁ

ନିରାଶ ପାଇଁ ବିଷାଦ ବି ନାହିଁ

ତଥାପି କେଜାଣି କାହିଁକି

ସ୍ମୃତି ସବୁ ମାରୁଥାଏ ଉଙ୍କି।


ସ୍ଵର ବହୁ ପ୍ରତୀକ୍ଷିତ 

ଶ୍ରବଣ ମାତ୍ରେ ଶିହରିତ

ଅଙ୍ଗ ପ୍ରତ୍ୟଙ୍ଗ ଶିରା ଧମନୀ

ଚଳ ଚଞ୍ଚଳ ପାଇ ତା ସ୍ବର ସଂଜୀବନୀ

ଯେସନେ ଚାତକର ଜଳପାନ

ମୟୁରୀ ପାଇଁ ମେଘ ଆଗମନ

ଅନ୍ଧକୁ ଦିବ୍ୟ ଚକ୍ଷୁ ଦାନ

ଆଉ ପ୍ରିୟତମର ପ୍ରେୟସୀ ମିଳନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance