STORYMIRROR

Alka Mohanty

Inspirational

4  

Alka Mohanty

Inspirational

ଅଫେରା ରାଇଜ

ଅଫେରା ରାଇଜ

1 min
455

ଫେରନ୍ତିନି କେହି ଆଫେରା ରାଇଜୁ

ଗଲେ ଛାଡ଼ି ମର୍ତ୍ତ୍ୟ ଧାମ 

ପରଦା ପଡ଼ିଲେ ଅଭିନୟ ସରେ

ବସ୍ତ୍ର ତ୍ୟାଗ ବାକି କାମ।


ନିର୍ଦ୍ଦେଶକ ଯେବେ ନିର୍ଦ୍ଦେଶନା ଦିଏ

କରୁଥିଲେ ଅଭିନୟ 

ସୁଅଭିନେତା ହୋଇ ଯଶ ରଖିଯିବ

ମନରେ ନଥିବ ଭୟ।


ସମୟ ଜୁଆର ଅବିରତ ସ୍ପର୍ଶ

କରୁଥାଏ ଏ ଜୀବନେ 

ତାଳ ଦେଇ ସାଥେ କର୍ତ୍ତବ୍ୟ କରିବା

 ଅନୁତାପ ନ ଆସୁ ମନେ।


ନଷ୍ଟ କରିଦିଏ ସମୟ ଆମକୁ

ତାକୁ କଲେ ଅପଚୟ 

ଧନ ଦଉଲତ ପଡିରହିଥିବ

ମିଳିବନି ସେ ସମୟ।


କାଲି କେହି କେବେ ଦେଖି ନାହିଁ ବନ୍ଧୁ

ଆଜି କାମ ଏବେ କର 

ପରଖି ଦେଖିଲେ କିଏ ଯେ ସାମାନ୍ୟ

ଆଉ ଅସାମାନ୍ୟ ଜାଣିପାର।


କେତେ ଦିନ ପାଇଁ କିଏ ସେ ଆସିଛି

କେହି କେବେ ଜାଣି ନାହିଁ 

ପ୍ରତିଟି ମୁହୂର୍ତ୍ତ ବିଦାୟର ବେଳା

ଭାବ ନାହିଁ କାହିଁ ପାଇଁ?


ଟିକେଟ କାଟି କି ରଖିଛନ୍ତି ପ୍ରଭୁ

ଦିନ ବି ନିଧାର୍ଯ୍ୟ କରି 

ଅଭିନୟ ପରେ ବାହାନ ଦେବେ ସେ 

 ନିଜେ ମୂଲ୍ୟାଙ୍କନ କରି।


ଅନ୍ତମତି ଅନୁସାରେ ଗତି ସ୍ଥିର ହୁଏ

ନାହିଁ ସେଠି ଧୋକା ବାଜ 

ପାଇନାହିଁ କେହି ଅଙ୍ଗୁର କୋଳି ଯେ 

ଲଗାଇ ଆମ୍ବର ବୀଜ।


ଜୀବନ ଦୀପାଳୀ ପ୍ରକାଶିତ ହେଉ

ରହି ଜ୍ଞାନ ଘୃତ ମଧ୍ୟେ 

ବିକଶିତ ହେଉ ଅବିନାଶୀ ଆତ୍ମା

ପରମାତ୍ମାଙ୍କ ଆରାଧ୍ୟେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational