STORYMIRROR

Alka Mohanty

Abstract Inspirational

4  

Alka Mohanty

Abstract Inspirational

ନୂତନ ବର୍ଷ

ନୂତନ ବର୍ଷ

1 min
14

ନୂତନ ବର୍ଷ -୨୦୨୬
++++++++++++++
 © ଅଳକା ମହାନ୍ତି

 ନୂଆ ବର୍ଷ କୁ ସ୍ବାଗତ କରୁଛି ଆଜି ସାରା ସଂସାର, ଉତ୍ସାହିତ ଆଜି ପୁରା ବିଶ୍ବବାସୀ ଆଗମନେ ଛବିସ୍ ର।

 ଆସୁଥିଲା ବର୍ଷ ପୁଣି ଆସିଛି ନେଇ ନୂଆ ସମ୍ଭାବନା, ଅତୀତ କୁ ଭୁଲି ସ୍ବାଗତ କରୁଛୁ କରି ନୂତନ କଳ୍ପନା।

 ମିଳୁଛି ଆମକୁ ଆଉ ଏକ ବହି ଅବଧି ତା ଏକବର୍ଷ, ତିନିଶହ ପଞ୍ଚଷଠି ପୃଷ୍ଠା ଦେବ ଲେଖିବା ହୋଇ ସହର୍ଷ।

 ପ୍ରତିଟି ମୁହୁର୍ତ୍ତ ସଫଳ କରିବା ସଜାଇବା ଲେଖା ପଟ, ପ୍ରତି ସୂର୍ଯ୍ୟୋଦୟ ଉଜ୍ଜ୍ବଳ ହେଉ ଦିଗବଳୟ ଦିଶୁ ସ୍ପଷ୍ଟ।

ପୂଣ୍ୟତୋୟା ହେଉ ନୂଆ ବର୍ଷଟି ପାପମୁକ୍ତ ହେଉ ଧରା,
 ଅଧର୍ମ ଜାଲରୁ ମୁକ୍ତି ଲାଭ ହେଉ ଝରାଉ ପବିତ୍ର ଧାରା

ସମୟ କାହାକୁ ଅପେକ୍ଷା କରେନା ଅବିନାଶୀ ଋତୁ ଚକ୍ର ଆବର୍ତ୍ତନ ଆଉ ବିବର୍ତ୍ତନ କରେ ବିଚ୍ୟୁତ ହୁଏନି କକ୍ଷ ।

ଲେଖିଦେଇ ଯିବା ପୃଷ୍ଠାପରେ ପୃଷ୍ଠା ସୁନ୍ଦର ବାର୍ତ୍ତା ଦେଇ,
ଯାହାଥିବ ଆମ କଳ୍ପନାର ଭାଷା ସାକାର କରିବା ପାଇଁ।

 (Principal) Gurunanak English Medium school Bhubaneswar.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract