STORYMIRROR

Alka Mohanty

Abstract Fantasy Inspirational

4  

Alka Mohanty

Abstract Fantasy Inspirational

ନ୍ୟାୟାଭିଳାଶୀ

ନ୍ୟାୟାଭିଳାଶୀ

1 min
10

 +++++++++++ @ଅଳକା ମହାନ୍ତି


 ହରାଇ ଥିଲି ମୁଁ ଶୈଶବ କୁ ଯେବେ
 କହିଲା ସମାଜ ମୋ ଭାଗ୍ୟ ଲେଖା,
 ତିଳ ତିଳ ହୋଇ ଜଳୁଥିଲି ଯେବେ
କରୁଥିଲା ମୋତେ ସେ ଅଣଦେଖା।

 ରକ୍ତାକ୍ତ ଅସ୍ତିତ୍ଵ ସଂଘର୍ଷ କରିଲା
 ମିଳିଲାନି ନ୍ୟାୟ ଅଦାଲତରେ,
ନରଭକ୍ଷୀମାନେ ନ୍ୟାୟାଧୀଶ ଥିଲେ
 ବିସ୍ମୃତି ହୋଇଲା କାଳ ଚକ୍ର ରେ।

 ଗଭୀରତା କେହି ମାପି ପାରିଲେନି
 କ୍ଷତ ରହିଗଲା ଅମାପ ହୋଇ,
 ଚରିତ୍ର ର ଚର୍ଚ୍ଚା ଅହରହ ହେଲା
ନ୍ୟାୟ ବସିଗଲା ନୀରବ ହୋଇ।

 ପ୍ରକୃତ ପଶୁଟି ଭାଷଣ ଦେଉଛି
 ହୋଇଅଛି ସେହି ଭାଗ୍ୟ ବିଧାତା,
କୁଳ ଲଜ୍ଜ୍ୟା ଭାବି ଗୁମୁରି କାନ୍ଦୁଛି
ଅବହେଳିତ ମୁଁ ସେହି ପୀଡ଼ିତା।

 ଛାଡ଼ିଦେବି ନାହିଁ ଭାଗ୍ୟର ଉପରେ
 ନ୍ୟାୟକୁହିଁ ସଦା ମୁଁ ମାଗୁ ଥିବି
 ସମାଜର ସବୁ ଠିକାଦାର ଙ୍କର
 କାଳିମା କାହାଣୀ ମୁଁ ଲେଖୁଥିବି । +++++++++++++++++++


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract