STORYMIRROR

Alka Mohanty

Abstract Fantasy Inspirational

3  

Alka Mohanty

Abstract Fantasy Inspirational

ସ୍ମୁତି

ସ୍ମୁତି

1 min
12




ସ୍ମୃତି ********* ହଜିଲା ଅତୀତ ମୋର

କେବେ ,ପୂର୍ଣ୍ଣ ପ୍ରସଫୁଟିତ ପୁଷ୍ପ ର ପାଖୁଡ଼ା ପରି
 ମଉଳି ଗଲାଣି କେବେଠୁ,
ମହକହୀନ ସେ ,
 ଧରାଶାୟୀ ଆଜି ଅପରାହ୍ନରେ,
ଯୌବନ ର ଧାସ ନିର୍ବାପିତ-
 ସମୟ ର ଶ୍ରାବଣ ବର୍ଷାରେ,
 ଫଗୁଣ ରେ କୋଇଲି ର କୁହୂତାନ ପରି ଏକଦମ୍ କ୍ଷଣସ୍ଥାୟୀ,
ଅପସରି ଯାଏ ରୌଦ୍ର ତାପେ,
କେବେ ମନେ କୋହ ହୋଇ
 ଆଖି ଲୁହେ ଝରି ଝରି ଯାଏ,
ଅସଂଖ୍ୟ ଲହଡ଼ି ପ୍ରାୟେ ଢେଉ ଭାଙ୍ଗୁଥାଏ,
 ଲାଗେ ଖାଲି ସ୍ୱପ୍ନ ପରି,
କିଛି ପାଶୋରା ଆଉ କିଛି ଅପାଶୋରା ।

 ଅଳକା ମହାନ୍ତି।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract