STORYMIRROR

Alka Mohanty

Abstract Inspirational

4  

Alka Mohanty

Abstract Inspirational

ବନ୍ଧୁ ଙ୍କୁ ପଦେ

ବନ୍ଧୁ ଙ୍କୁ ପଦେ

1 min
401


ବନ୍ଧୁ ଟିଏ ବାନ୍ଧେ ସମ୍ପର୍କ ର ସେତୁ

 ହୃଦୟ ରୁ ହୃଦୟକୁ,

ସେ ସମ୍ପର୍କେ ନଥାଏ ଭେଦ ଭାବ କିଛି

ଆତ୍ମା ବୁଝେ ସେ ଆତ୍ମାକୁ।୧।


ପିତା ମାତା ଗର୍ଭୁ ନ ମିଳଇ ବନ୍ଧୁ

ମିଳଇ କରମ ସାଥେ,

ସାଥେ ଚାଲିଥାନ୍ତି ସମକକ୍ଷ ହୋଇ

ଜୀବନର ଚଲା ପଥେ।୨।


ମନାନ୍ତର ହୁଏ ମତାନ୍ତର ହୁଏ

ସେତ ମନ, ମତ କଥା,

ବିସ୍ମରଣ ହୁଏ ମାନ ଅଭିମାନ

ସ୍ନେହ ଦେଉଥାଏ ବ୍ୟଥା।୩।


ଜୀବନ ଯଜ୍ଞ ରେ ସ୍ବାର୍ଥ ଆହୁତି ରେ

ତିଷ୍ଠିଛି ବନ୍ଧୁତ୍ୱ ଆଜି,

ସମ୍ପର୍କ ନଉକା ଟଳମଳ ହୁଏ

ଆସିଲେ ତୃତୀୟ ପାଜୀ ।୪।


ବିଶ୍ୱାସ ରେ ମିଳେ ଈଶ୍ୱର ସଭିଙ୍କୁ

ଅବିଶ୍ବାସ ଏକ ସର୍ପ,

ଜହର ଉଦ୍ଗାରେ କ୍ଷଣେ ପ୍ରତିକ୍ଷଣେ

ଦେଖାଇ ତାହାର ଦର୍ପ।୪।


ଜୀବନ ର ଏହି ପ୍ରତିଟି ପୃଷ୍ଠା କୁ

ଖୋଲି ପଢ଼ିଦେବ ଯେବେ,

ଆତ୍ମ ନିରୀକ୍ଷଣ ଆତ୍ମ ସମୀକ୍ଷାରୁ

ସୁଷ୍ପଷ୍ଟ ଦିଶିବ ତେବେ।୫।


ନିନ୍ଦା କଲେ କିଛି ମିଳେନାହିଁ ଭାଇ

ଦୂର୍ଗୁଣ ରାଜତ୍ଵ କରେ,

ସୁଗୁଣ କୁ ଦେଖି ସୁସଜ୍ଜିତ ହୁଅ

ପିନ୍ଧିବ ମୁକୁଟ ଶିରେ ।୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract