STORYMIRROR

Alka Mohanty

Abstract Inspirational Others

4  

Alka Mohanty

Abstract Inspirational Others

ବିଷୁବ ମିଳନ

ବିଷୁବ ମିଳନ

1 min
8

ଓଡିଆ ନବ ବର୍ଷ
 -------------------------
 © ଅଳକା ମହାନ୍ତି
 ପୂର୍ବ-ପଶ୍ଚିମ, ଉତ୍ତର-ଦକ୍ଷିଣ
ବିଖଣ୍ଡିତ ନୁହେଁ ଓଡ଼ିଶା ଭୂଇଁ,
 ସ୍ୱାର୍ଥର ପ୍ରାଚୀର ଫାଟସୃଷ୍ଟିକରେ
 ମାତୃଭୂମି କାନ୍ଦେଯେ କଇଁ କଇଁ।

 ମିଠା ପଣା ସାଥେ ମିଠା ବୋଲିକହି
 ଭାଇ ଚାରା ଟି କୁ ଅଙ୍ଗେ ଲିଭାଅ,
ମାଆ ମାତୃଭୂମି ପଣତ କାନିରେ
 ସୁରକ୍ଷିତ ରହି ସେ ଆନନ୍ଦ ପାଅ।

 ବିନ୍ଦୁ ବିନ୍ଦୁ ସ୍ନେହ ଜଳେ ସଭିଙ୍କ
 ମନକୁ ଶୀତଳ କରାଉ ଥାଅ
 ନୁଆ ବର୍ଷ ର ନୁତନ ସ୍ପର୍ଶ ରେ
 ପୁରୁଣା କଥାକୁ ଲିଭାଇ ଦିଅ।

 ଶୁଭ ଶଙ୍ଖ ବାଜୁ ସଭିଁଙ୍କ ଦ୍ଵାରରେ
ମଙ୍ଗଳ ହେଉ ଏ ନୂତନ ବର୍ଷ,
ବିଷୁବ ମିଳନେ ଆଲିଙ୍ଗନ କରି
ଭୂଲ ରାଗ ରୋଷ ହୁଅ ସହର୍ଷ। ++++++++++++++++++++


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract