ନେପାଳ ର ନୀରବ କ୍ରନ୍ଦନ
ନେପାଳ ର ନୀରବ କ୍ରନ୍ଦନ
ନେପାଳର ନୀରବ କ୍ରନ୍ଦନ +++++++++++++++++ ହିମାଳୟର କୋଳେ ହସୁଥିଲା ନେପାଳ, ସବୁଜ ପାହାଡ଼, ଝରଣାର ଝରଝର ତାଳ। ହଠାତ୍ କାହିଁକି ପ୍ରକୃତି ହେଲା ରୁଦ୍ର, ଭାଙ୍ଗିଗଲା ସ୍ୱପ୍ନ, ଜୀବନ ହେଲା କ୍ଷୁଦ୍ର। କମ୍ପି ଉଠିଲା ମାଟି, ଥରିଲା ପାହାଡ଼, ଧୂଳିରେ ମିଶିଗଲା କେତେ ଘରଦ୍ୱାର। ହସୁଥିବା ମୁହଁରେ ଲୁହର ଧାର, ମାଆ ଖୋଜେ ସନ୍ତାନ, ସନ୍ତାନ ଖୋଜେ ମାଆର। ମନ୍ଦିରର ଘଣ୍ଟି ଆଜି ନିରବ, ପ୍ରାର୍ଥନାରେ ଭିଜୁଛି ହୃଦୟ ସବୁ। କାଠମାଣ୍ଡୁର ଗଳିରେ ଶୋକର ଛାୟା, ପ୍ରକୃତିର କ୍ରୋଧରେ ମାନବତା ହୁଏ ନିରାଶ୍ରୟା। ତଥାପି ଧ୍ୱଂସ ମଧ୍ୟରୁ ଉଠିବ ଆଶା, ଭଙ୍ଗା ଇଟା ଭିତରୁ ଫୁଟିବ ଭଲପାଇବାର ଭାଷା। ହାତେ ହାତ ଧରି ମାନବତା ହେବ ଏକାଠି, ଦୁଃଖର ରାତି ପରେ ଆସିବ ସୂର୍ଯ୍ୟର ଆଲୋକବାଟି। ହେ ନେପାଳ! ତୁମ ଲୁହ ଆମ ଆଖିରେ, ତୁମ ଯନ୍ତ୍ରଣା ଆମ ହୃଦୟର ଗଭୀରତାରେ। ପୁଣି ହସୁ ତୁମ ପାହାଡ଼, ପୁଣି ଗାଉ ଝରଣା, ପୁଣି ଫେରୁ ଜୀବନର ରଙ୍ଗ, ପୁଣି ଫେରୁ ପ୍ରାଣ। *ବିପର୍ଯ୍ୟୟ ଭାଙ୍ଗିପାରେ ଘର, କିନ୍ତୁ ଭାଙ୍ଗି ପାରେନା ମଣିଷର ଆଶା। ଯେଉଁଠି ମାନବତା ହାତ ବଢ଼ାଏ, ସେଠି କଣ ସ୍ଥାନ ପାଏ ନିରାଶା!* © ଅଳକା ମହାନ୍ତି ଭୁବନେଶ୍ବର ୭୩୦୩୨୬୪୩୭୭
