STORYMIRROR

Alka Mohanty

Inspirational

4  

Alka Mohanty

Inspirational

ତୁମେ ଯାଉଛ କି,ଡିସେମ୍ବର??!!!

ତୁମେ ଯାଉଛ କି,ଡିସେମ୍ବର??!!!

1 min
8

ତୁମେ ଯାଉଛ କି, ଡିସେମ୍ବର?? ------------------------------------- © ଅଳକା ମହାନ୍ତି

 ତୁମେ, ଯାଉଛ କି ଡିସେମ୍ବର ରହିଗଲା କିଛି ଅକୁହା କାହାଣୀ ଥିଲା ଟିକେ କହିବାର,(୦)

 ମହାକୁମ୍ଭ ଆଉ ଦିଲ୍ଲୀ ନଗରୀରେ ଦଳା ଚକଟାରେ ନର, ପହଲଗମ୍ ରେ ବନ୍ଧୁକ ମୁନରେ ହେଲେ କେତେ ଛାରଖାର , ଜମ୍ମୁ କାଶ୍ମୀର ରେ ଆତଙ୍କି ଆତଙ୍କେ ଦେଶ ହେଲା ଥରହର ତୁମେ ଯାଉଛ କି ଡିସେମ୍ବର?? (୧)

 ଅହମଦାବାଦ ବିମାନ କଥାକୁ ନ କହିବା ହେବ ସାର ଏକ ଭାଗ୍ୟବାନ ଉତରି ଆସିଲା ପ୍ରଭୁ କୃପା ଅପରମ୍ପାର, ଶୋକସାଗରରେ ଭାସିଗଲା ବିଶ୍ବ ଉଜୁଡ଼ିଲା ପରିବାର , ତୁମେ, ଯାଉଛ କି ଡିସେମ୍ବର?? (୨)

 ଭୁଲି ହେଉ ନାହିଁ କରୁରର ରାଲି ତା ପରେ ବାଙ୍ଗାଲୋର ଆସିଥିଲେ ଧାଇଁ ମୃତ୍ୟୁର ଦ୍ଵାରକୁ ପତା ନାହିଁ ବ୍ୟବସ୍ଥାର, କଲେ ନାହିଁ ଭିଡ଼ ନିୟନ୍ତ୍ରଣ କେହି ନାହିଁ ମୂଲ୍ୟ ଜୀବନର, ତୁମେ, ଯାଉଛ କି ଡିସେମ୍ବର? (୩)

 ସେଦିନ ବି ଥିଲା ଅତି ଭୟଙ୍କର ଦଶତାରିଖ ନଭେମ୍ବର , ଲାଲ୍ କିଲା ମାଟି ଲାଲ୍ ହୋଇଗଲା ହେଲା ଦିଲ୍ଲୀ ଥରହର, ସିରୀୟଲ ବ୍ଲାଷ୍ଟ୍ କରିଚାଲି ଥିଲେ ନଦୀ ବହିଲା ରକ୍ତର, ତୁମେ , ଯାଉଛ କି ଡିସେମ୍ବର? (୪)

 ଶେଷକୁ ଇଣ୍ଡିଗୋ ପ୍ରତାରଣା ଦେଲା ଦଶା ସରୁନି ଯାତ୍ରୀର! ମନକୁ ବୁଝାଇ ଥିଲୁ ଟିକେପାଇଁ ଦେଖି ଅପରେସନ ସିନ୍ଦୁର, ମନେ ପଡ଼ିଗଲେ ବାତ୍ୟା ବନ୍ୟା କଥା କମ୍ପନ ଶୁଭେ ହୃଦର - ତୁମେ, ଯାଉଛ କି ଡିସେମ୍ବର? (୫)

 ଯିବ ଯଦି ଯାଅ,ମୋ ମନ କଥାକୁ ଶୁଣ ଟିକେ ଏକ ବାର , ଯାହାହୋଇଗଲା ପଚିଶରେ ଥରେ ନ ହେଉ ସେ ଛବିସର! ଶାନ୍ତି ପୁଷ୍ପରେ ତା ଆଞ୍ଜୁଳି ଭରିବ ଆଣିବ ସୁଖ ସମ୍ଭାର, ତୁମେ ଆସି ପାର, ଡିସେମ୍ବର !(୬)


- Principal
 Gurunanak English Medium school Bhubaneswar


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational