STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ଫଳାଫଳ !

ଫଳାଫଳ !

1 min
38


ଚାରି ଜୁନ ହେବ


ଭାଗ୍ୟର ପରୀକ୍ଷା,


ଫଳାଫଳ ପାଇଁ 


ନେତାଙ୍କ ପ୍ରତିକ୍ଷା !!


ଶେଷ ନିର୍ବାଚନ


ଏକ ଜୁନ ପରା,


ମନ୍ଦିର ସାଜୁଛି


ନେତାଙ୍କରେ ଭରା !!


କେଉଁ ପାର୍ଟି ଦେଶେ


ରାଜତ୍ଵ କରିବ,


ଜନତା କାହାକୁ


ଆଶୀର୍ବାଦ ଦେବ !!


ଜନହୀତ କାର୍ଯ୍ୟେ


କିବା ମତଦାନ,


ମଦ ଟଙ୍କା ପାଇଁ


ଅବା ସମର୍ଥନ !!


ଭୋଟର ବଜାର


ହେଉଛି ନରମ,


ଜୀତିବ କି ନାହିଁ


ନେତା ହୁଏ ଭ୍ରମ !!


ସତ୍ୟର ବିଜୟ


ଅବା କି ହୋଇବ,


ଭ୍ରଷ୍ଟାଚାରୀ କିବା


ବାଜି ମାରି ନେବ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational