STORYMIRROR

Bhagabat Sahoo

Inspirational Others

3  

Bhagabat Sahoo

Inspirational Others

ଥିବି ମୁଁ କବିତା ଲେଖି

ଥିବି ମୁଁ କବିତା ଲେଖି

1 min
20


ଥକି ପଡିନାହିଁ ଆଗେ ଥକିବିନ

ଏବେ ମୁଁ ଯାଇନି ଥକି

ଅନ୍ୟାୟ ବିରୁଧେ ଜନ ଜାଗରଣେ 

ଥିବି ମୁଁ କବିତା ଲେଖି!!

ହେଉ ସେହି ରାଜା ହେଉ ସେହି ମନ୍ତ୍ରୀ

ହେଉ ସେହି ସେନାପତି

ଅନ୍ୟାୟ କରିଲେ ତାଙ୍କ ବିରୁଦ୍ଧରେ

କଲମ ଉଠିବ ତାତି !!

କଳା ରକତ ରେ ଶିକ୍ତ କରିଦେବି

ଶତ୍ରୁର ଭୋକିଲା ପାଟି

କହି ପାରିବିନି ସହି ପାରିବିନି

କରି ପାରିବିନି କିଛି !!

କଲମ ଶାଣିତ ମୁନରେ ତାହାର

ଚିରିବି ଦୃନୀତି ଛାତି

ଲଜ୍ୟା ଭୟ ଆଉ ଅପମାନ ଡ଼ରେ

ହେବ ସେହି ଛାଟି ପିଟି !!

ଭାଙ୍ଗି ଦେବି ଦମ୍ଭ ତାର ଅଂହକାର

ମୂଳ ଦେବିତାର କାଟି

ସଭ୍ୟ ସମାଜ ଠୁଁ ଦୁରେଇ ରହିବ

ଚୋର ପରି ଥିବ ଲୁଚି !!

କବିର କଲମ ଅଟେ ଖଣ୍ଡା ଧାର

ଶବ୍ଦ ଗୁଳି ଯିବ ଫୁଟି

ବାକ୍ୟ କମାଣ ର କମ୍ପନ ଖେଳିବ

ଥରିବ ବଇରୀ ଛାତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational