STORYMIRROR

Kalandi pal

Inspirational

3  

Kalandi pal

Inspirational

ବଡ କପଟିଆ ତୁହିରେ କାଳିଆ

ବଡ କପଟିଆ ତୁହିରେ କାଳିଆ

1 min
39


ବଡ କପଟିଆ      ତୁହିରେ କାଳିଆ

     କପଟର ସିମା ନାହିଁ

କାହିଁକି କେଜାଣି     ଏ ମନ ବୁଝେନି

    ତୋ ପାଶେ ଆସେ ମୁଁ ଧାଇଁ

  କାଳିଆରେ, ଦୁଃଖ ଜଣେଇବା ପାଇଁ ।0।

ଅଛୁ ଯେଉଁ ଘରେ  ନାହିଁ ତୋ ନାମରେ

     କମଳାଙ୍କୁ ଦେଲୁ ଲେଖି

ବାଉନ ଭଣ୍ଡାର     ମାଲିକାଣି ତୋର

      ହୃଦୟର ପ୍ରାଣ ସଖି 

ନିସ୍ୱ ହୋଇ ବସି       ଦରଦର ହସି

      ସଭିଙ୍କୁ ଦେଉ ଭଣ୍ଡେଇ ।।


ଦେବାକୁ ପଡ଼ିବ     ବୋଲି ପ୍ରଭୁ ତବ

      ହାତକୁ କାଟିଲ ଜାଣି

ଭକତଙ୍କ ଅଳି      ନ ଶୁଣିବ ବୋଲି

      କାନ ନାହିଁ ପ୍ରଭୁ ପୁଣି

ପୟରେ ଗୁହାରି    ଜଣାଇବେ ବୋଲି

       ପାଦ ବି ରଖିଲ ନାହିଁ ।।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational